ପ୍ରେଗନାନ୍ସି ସମୟରେ ଏସବୁ ଦିଗ ପ୍ରତି ଟିକେ ବିଶେଷ ଧ୍ୟାନ ଦିଅନ୍ତୁ, ନଚେତ ଗର୍ଭସ୍ଥ ଶିଶୁକୁ ପହଞ୍ଚିପାରେ କ୍ଷତି

ପ୍ରେଗ୍ନେନ୍ସି ସମୟରେ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ଏହି ସମୟରେ ଟିକେ ବି ଅସାବଧାନତା ଉଭୟ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇପାରେ । ଖାଦ୍ୟପେୟ ପ୍ରତି ଯତ୍ନ ନେବା ସହିତ ଗର୍ଭସ୍ଥ ମା’ ମାନେ ଘରର କାମ କରିବା ସମୟରେ ବିଶେଷ ସାବଧାନତା ଅବଲମ୍ବନ କରିବା ଉଚିତ । କଣ କଣ ଦିଗ ପ୍ରତି ସାବଧାନ ରହିବା ଉଚିତ ଆସନ୍ତୁ ସେ ଉପରେ ଏକ ନଜର ପକାଇବା ।

ତଳକୁ ଝୁକନ୍ତୁ ନାହିଁ:

ପ୍ରେଗନାନ୍ସି ସମୟରେ ମହିଳା ମାନେ ଯଦି ସାମ୍ନାକୁ ଝୁକନ୍ତି ତେବେ ଏହା ତାଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇପାରେ । ଯଦି ବି ଭୂମିରେ କୌଣସି ଜିନିଷ ପଡିଯାଉଛି ତାକୁ ଉଠାନ୍ତୁ ନାହିଁ । ଏଥିପାଇଁ ଅନ୍ୟ କାହାର ସାହାଯ୍ୟ ନିଅନ୍ତୁ ।

ସଫାସଫି କରିବା ସମୟରେ କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ:

ଯଦି ଆପଣ ଘର କାମ ନିଜେ କରୁଛନ୍ତି । ତେବେ ଏହି ସମୟରେ କେମିକାଲ ଯୁକ୍ତ ପ୍ରଡକ୍ଟ ଗୁଡିକର ଆଦୌ ବ୍ୟବହାର କରନ୍ତୁ ନାହିଁ । କେମିକାଲ ଯୁକ୍ତ ପ୍ରଡକ୍ଟ ସଂସ୍ପର୍ଶରେ ଆସିଲେ ଗର୍ଭସ୍ଥ ଶିଶୁ ପ୍ରତି କ୍ଷତି ପହଂଚି ପାରେ ।

Useful Pregnancy Tips for a Normal Delivery

image credit: Planet Ayurveda

ଦୀର୍ଘ ସମୟ ପାଇଁ ଛିଡା ହୋଇ ରୁହନ୍ତୁ ନାହିଁ:

ସାଧାରଣତଃ ରୋଷେଇ କରୁଥିବା ସମୟରେ ମହିଳା ମାନେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରୁହନ୍ତି । କିନ୍ତୁ ଏକ୍ସପର୍ଟଙ୍କ ଅନୁସାରେ, ପ୍ରେଗନାନ୍ସି ସମୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଛିଡା ହୋଇ ରହିଲେ ମହିଳାଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚିପାରେ । ଏହା ସହ ଗର୍ଭରେ ଥିବା ଶିଶୁକୁ ବି କ୍ଷତି ପହଂଚି ପାରେ । ତେଣୁ ଏପ୍ରତି ଧ୍ୟାନ ଦେବା ଉଚିତ ।

ପୋଷା ଜନ୍ତୁଙ୍କ ଠାରୁ ଦୁରେଇ ରୁହନ୍ତୁ:

ଆଜିକାଲି ଅନେକ ଲୋକ ଘରେ ପୋଷା ଜନ୍ତୁ ରଖି ଲାଳନ ପାଳନ କରୁଛନ୍ତି । କିନ୍ତୁ ଗର୍ଭାବସ୍ଥା ସମୟରେ ଏହି ଜନ୍ତୁଙ୍କ ଠାରୁ ଯଥା ସମ୍ଭବ ଦୁରେଇ ରହିବା ଉଚିତ । ଘରେ ଥିବା କୁକୁର ବିଲେଇ ଠାରୁ ବି ଦୁରେଇ ରୁହନ୍ତୁ ।

ଓଜନ ଦାର ଉଠାନ୍ତୁ ନାହିଁ:

ଏହି ସମୟରେ ମହିଳା ମାନେ ନିଜ ନିଜ ସ୍ୱାସ୍ଥ୍ୟ ପ୍ରତି ଟିକେ ସଜାଗ ରହିବା ଉଚିତ । ଓଜନଦାର ଜିନିଷ ମାନ ଉଠାଇବା ଉଚିତ ନୁହେଁ । ଏହା ସହ କୌଣସି ବି ଓଜନିଆ ଜିନିଷକୁ ବଳ ଲଗାଇ ଘୁଞ୍ଚାଇବା ଉଚିତ ନୁହେଁ । ଏମିତି କରିବା ଉଭୟଙ୍କ ପ୍ରତି କ୍ଷତିକାରକ ହୋଇଥାଏ । ପାଣି ଭର୍ତ୍ତି ବାଲ୍ଟି, କପଡା ଭର୍ତ୍ତି ଟବ କିମ୍ବା କୌଣସି ଭାରି ବ୍ୟାଗ ଉଠାନ୍ତୁ ନାହିଁ । ନଚେତ ଆପଣଙ୍କ ମାଂଶପେଶି ଦୁର୍ବଳ ହୋଇଯାଇ ପାରେ ।

ଜଙ୍କ ଫୁଡ କିମ୍ବା ବାହାର ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ:

ଏମିତିରେ ତ ବାହାର ଖାଦ୍ୟ ଠାରୁ ଯଥା ସମ୍ଭବ ଦୂରତା ରଖିବା ଉଚିତ । ଏଥିପାଇଁ ଏହି ସମୟରେ ବାହାରର ଜଙ୍କଫୁଡ , ମସଲାଦାର ତରକାରୀ, ତେଲିଆ ଯୁକ୍ତ ଖାଦ୍ୟ ଠାରୁ ଦୁରେଇ ରହିବା ଉଚିତ । ନଚେତ ବ୍ଲଡ଼ ସୁଗାର ଲେବଲ ବଢି ଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.