ନିଜ ମାଟିରେ ଯୁଦ୍ଧ ବନ୍ଦ କରିବା ପ୍ରସଙ୍ଗରେ ଭାରତର ସହୟତା ଲୋଡ଼ିଲା ୟୁକ୍ରେନ

ନୂଆଦିଲ୍ଲୀ : ନିଜ ମାଟିରେ ଯୁଦ୍ଧ ବନ୍ଦ କରିବା ପ୍ରସଙ୍ଗରେ ଭାରତ ସହୟତା ଲୋଡ଼ିଲା ୟୁକ୍ରେନ। ଏନେଇ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରି କୁଲେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ଲୋଡ଼ିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରି ତାଙ୍କୁ ମନାଇବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି କୁଲେବା। କୁଲେୱା କହିଛନ୍ତି ଯେ, ଭାରତ ସମେତି ବାକି ଯେଉଁ ସବୁ ଦେଶର ରୁଷ ସହିତ ଭଲ ସମ୍ପର୍କ ରହିଛି ସେମାନେ ପୁଟିନଙ୍କୁ ଅପିଲ୍ କରନ୍ତୁ ଯେ, ଏହି ଯୁଦ୍ଧ ସମସ୍ତଙ୍କ ପାଇଁ ହିତର ବିରୋଧରେ । ତେଣୁ ଯୁଦ୍ଧ ବନ୍ଦ କରିବା ହେଉଛି ସମସ୍ତଙ୍କ ପାଇଁ ହିତାକାରକ । ଏକ ଟେଲିଭିଜନ୍‌ ସାକ୍ଷାତକାରରେ କୁଲେୱା ଋଷ୍‌ ଯୁଦ୍ଧ ବିରାମ ସନ୍ଧିର ଉଲଂଘନ କରିଥିବା ଅଭିଯୋଗ ଆଣିଛନ୍ତି । ଏଥିସହିତ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଫସି ରହିଥିବା ବିଦେଶୀ ନାଗରିକଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଦେଶକୁ ଯିବା ପାଇଁ ଗୁଳି ଚାଳନା ବନ୍ଦ ରଖିବାକୁ ଅପିଲ୍‌ କରିଛନ୍ତି ।

ଅନ୍ୟପଟେ ଭାରତର ଖାଦ୍ୟ ସୁରକ୍ଷା ନେଇ ୟୁକ୍ରେନର ଭୂମିକା ମହତ୍ତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଭାରତ ୟୁକ୍ରେନ କୃଷି ଉତ୍ପାଦର ବଡ଼ ଉପଭୋକ୍ତା। ଯୁଦ୍ଧ ଜାରି ରହିଲେ କୃଷି ଉତ୍ପାଦ ବାଧାପ୍ରାପ୍ତ ହେବା ସହ ଖାଦ୍ୟ ସଂକଟ ସୃଷ୍ଟି ହେବ। ସମସ୍ତ ଦେଶର ହିତ ପାଇଁ ଯୁଦ୍ଧ ବନ୍ଦ ହେବା ଆବଶ୍ୟକ ବୋଲି କହିଛନ୍ତି କୁଲେବା।

 

ଆହୁରି ପଢନ୍ତୁ : ଋଷ ଟାର୍ଗେଟରେ କାନିଭ ହାଇଡ୍ରୋ ଇଲେକ୍ଟ୍ରି ପାଓ୍ଵାର ପ୍ଲାଣ୍ଟ , ଦକ୍ଷିଣ କିଭ ଠାରୁ ୧୫୦ କିଲୋମିଟର ଦୂରରେ ରହିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.