4GB ମେମୋରୀରେ ସେଭ ହେବ ଏବେ 128GB ଡାଟା, କେମିତି ଜାଣନ୍ତୁ..

ଆଜିକାଲି ଅନେକ ଲୋକ ନିଜ ସ୍ମାର୍ଟଫୋନର ମେମୋରିକୁ ନେଇ ବେଶି ଚିନ୍ତାରେ ରହୁଛନ୍ତି। ଯଦି ଆପଣ ବି ନିଜ ଫୋନ ମେମୋରୀକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଆଉ ବେଶି କିଛି ଭାବନ୍ତୁ ନାହିଁ। ଆଜି ଆମେ ଆପଣଙ୍କ ପାଖକୁ ଏମିତି ଏକ ଟ୍ରିକ ନେଇ ଆସିଛୁ ଯାହାଦ୍ୱାରା ଆପଣ ନିଜ ଫୋନ ଷ୍ଟୋରେଜ ମାତ୍ରାକୁ ବଢ଼ାଇପାରିବେ। ଏହାକୁ ଏକ୍ସପାଣ୍ଡ କରିପାରିବେ।
ଡିଜିଟାଲ ଯୁଗରେ ଆଜିକାଲି ସବୁ କାମ ସ୍ମାର୍ଟଫୋନରେ ହେଉଛି। ଏଥିରେ ଫୋନ ଷ୍ଟୋରେଜ ଫୁଲ ହେବାର ସମସ୍ୟା ଲଗାତାର ଭାବେ ସାମ୍ନାକୁ ଆସେ। ଏଭଳି ପରିସ୍ଥିତିରେ ଆମେ ଫୋନରୁ ଫଟୋ ଓ ଭିଡ଼ିଓକୁ ଡିଲେଟ କରିବାକୁ ବାଧ୍ୟ ହେଉ। ଆଜି ଆମେ ଏମିତି ଏକ ଟ୍ରିକ ସମ୍ପର୍କରେ କହିବୁ ଯାହାଦ୍ୱାରା ଆପଣ ନିଜ ଫୋନର ଷ୍ଟୋରେଜ କାପସିଟିକୁ ବଢ଼ାଇପାରିବେ।
ଆମ ସ୍ମାର୍ଟଫୋନର ମେମୋରି ଫୁଲ ହେବା ପରେ ଫୋନରେ କାମ କରିବାରେ ବହୁତ ଅସୁବିଧା ହୁଏ। ଏହାର ଅନୁଭବ ସମସ୍ତେ କରିଥିବେ। କିନ୍ତୁ ଏହାର ପରମାନେଣ୍ଟ ସଲ୍ୟୁସନ ସମ୍ପର୍କରେ କାହାକୁ ଜଣାନଥାଏ। ଏଭଳି ପରିସ୍ଥିତିରେ ଗୋଟିଏ ଉପାୟ ଧ୍ୟାନକୁ ଆସେ କିପରି ନିଜ ଫଟୋ ଏବଂ ଭିଡ଼ିଓ ଡିଲେଟ କରିବ। ଏଥିରେ ଏକ୍ସଟର୍ନାଲ ମେମୋରୀର ମଧ୍ୟ କୌଣସି କାମ ଆସେ ନାହିଁ। ଆଜି ଜାଣନ୍ତୁ ଯେ ଆପଣ କିପରି ନିଜର ୨ ଜିବି ମେମୋରୀକୁ ୧୨୮ ଜିବିରେ ପରିବର୍ତ୍ତନ କରି ଷ୍ଟୋରେଜ କାପାସିଟକୁ ବଢ଼ାଇବେ:

– ପ୍ରଥମେ ନିଜ ଫୋନରେ ES Explore ଆପ୍ କୁ ଡାଉନଲୋଡ କରନ୍ତୁ।
– ପରେ ଫାଇଲ ମ୍ୟାନେଜର ଓପନ୍ କରନ୍ତୁ।
– ଷ୍ଟୋରେଜ ଡିଭାଇସ ଅପସନ୍ କୁ ଯାଆନ୍ତୁ।
– ପରେ ମେମୋରୀ କାର୍ଡ କୁ ସିଲେକ୍ଟ କରନ୍ତୁ।
– ଏହାପରେ ସ୍କ୍ରିନରେ ଆପଣଙ୍କୁ ଅନେକ ଫୋଲଡର୍ସ ଦେଖାଯିବ। ଯେଉଁଥିରେ ଆପଣ ଆଣ୍ଡ୍ରଏଡ ଡାଟା ଫୋଲଡର ଉପରେ କ୍ଳିକ କରନ୍ତୁ।
– ଏଥିରେ ନୂଆ ଫୋଲଡର ଖୋଲନ୍ତୁ । ଏହାର ନାମ ଏକ୍ସପାଣ୍ଡ ରଖନ୍ତୁ।
– ପରେ ES not edit ଫୋଲଡରକୁ ସିଲେକ୍ଟ କରନ୍ତୁ। ପରେ ଏଥିରେ ବ୍ଲାଙ୍କ ପେଜ ଦେଖାଯିବ।
– ଏହାକୁ ଏଡିଟ କରି ଏଥିରେ make it large 131072mb ଲେଖନ୍ତୁ। ପରେ ସେଭ କରନ୍ତୁ।
– ଏହାପରେ ନିଜ ଫୋନକୁ ରିଷ୍ଟାର୍ଟ କରନ୍ତୁ।
– ପୁଣି ଥରେ ମେମୋରୀ ଷ୍ଟୋରେଜକୁ ଯାଆନ୍ତୁ।
– ଏହାପରେ ଆପଣ ଦେଖିବେଯେ ଆପଣଙ୍କ ଷ୍ଟୋରେଜ ୧୨୪.୯୭ ଜିବି ହୋଇଯାଇଥିବ।
ଏହି ସମୟରେ କିଛି କଥାକୁ ଧ୍ୟାନ ରଖନ୍ତୁ:
-ଆପଣଙ୍କ ଫୋନ ବ୍ୟାଟେରୀ ୧୦୦% କିମ୍ବା ୫୦% ରୁ ଅଧିକ ରହିବା ଆବଶ୍ୟକ।
-ଆପଣଙ୍କ ୪ଜିବି କିମ୍ବା ୮ଜିବି ମେମୋରୀ କାର୍ଡ ଖାଲିଥିବା ଜରୁରୀ।
-ଆପଣଙ୍କ ସ୍ମାର୍ଟଫୋନ ଆଣ୍ଡ୍ରଏଡର ୫.୦ ଭର୍ସନ କିମ୍ବା ଏହାଠୁ ଅଧିକ ହେବା ଜରୁରୀ।