ଭୁବନେଶ୍ବର(କେନ୍ୟୁଜ୍):କମିଶନରେଟ୍ ପୋଲିସର ପ୍ରାରମ୍ଭ ଯୋଜନା ପାଇଁ ଏକ ନୂତନ କାର୍ଯ୍ୟାଳୟ ଭୁବନେଶ୍ୱର ଡିସିପି ଅଫିସ ପରିସରରେ ଉଦଘାଟିତ ହୋଇଛି । ପୋଲିସ ଡିଜି ସୁନୀଲ ବଂଶଲ ଆନୁଷ୍ଠାନିକ ଭାବରେ ଏହାକୁ ଉଦଘାଟନ କରିଛନ୍ତି । କିଟ୍ ଓ କିସ ଓ ଏସଏନ ଗ୍ରୁପ ପକ୍ଷରୁ ଏଥିପାଇଁ ସହାୟତା ପ୍ରଦାନ କରାଯାଇଛି ।
ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ । ରାଜ୍ୟରେ ଯେଉଁପରି ଭାବରେ ଯୁବକ, ଯୁବତୀ, ନାବାଳକ ଓ ନାବାଳିକା ନିଖୋଜ ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ପ୍ରାରମ୍ଭ ଯୋଜନା ଆରମ୍ଭ ପରେ ଅକ୍ଟୋବର ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ୧୮୦ଟି ମାମଲା ସାମ୍ନାକୁ ଆସିଛି । ପୁରୁଣା କେଶ ସହ ୨୪୩ଟି ମାମଲାର ସମାଧାନ ହୋଇଛି ।