ଏପରି ପ୍ରସ୍ତୁତ କରନ୍ତୁ ସୁଜିରେ ଗ୍ରୀନ ରାୱା ଇଡ଼ଲି, ପାଟିକୁ ଯେତେ ସ୍ୱାଦିଷ୍ଟ ଶରୀର ପାଇଁ ସେତେ ଉପକାରୀ

ଅନେକ ଲୋକ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଏମିତିକି ଟିକେ ସମୟ ମିଳିଲେ ସ୍ୱାଦିଷ୍ଟ ଖାଦ୍ୟ ଖୋଜି ଝୋଜି ଖାଇଥାନ୍ତି। ଆପଣ ଜାଣିଛନ୍ତି ଯେ ସକାଳ ବ୍ରେକଫାଷ୍ଟ ଶରୀର ପାଇଁ ନିହାତି ଦରକାର କିନ୍ତୁ ଅନେକ ଲୋକ ଏହାକୁ ନେଇ କ’ଣ ଖାଇବେ ଭାବନ୍ତି। କାରଣ ସକାଳ ବ୍ରେକଫାଷ୍ଟ ହେଲଦି ହେବା ଉଚିତ।

ତେଣୁ ଆଜି ଆମେ ଏମିତି ଏକ ରେସିପି ବିଷୟରେ ଜାଣିବା ଯାହା ସ୍ଵାଥ୍ୟ ପାଇଁ ଭଲ ଓ ପାଟିକୁ ମଧ୍ୟ ସ୍ୱାଦିଷ୍ଟ। ଆଜି ଜାଣିବା ଗ୍ରୀନ ରାୱା ଇଡ଼ଲି ଆପଣ କିପରି ପ୍ରସ୍ତୁତ କରିବେ। ଏହାକୁ ଆପଣ କେବଳ ବ୍ରେକଫାଷ୍ଟ ନୁହେଁ ଲଞ୍ଚରେ ମଧ୍ୟ ଖାଇ ପାରିବେ।

ଆସନ୍ତୁ ଜାଣିବା ଗ୍ରୀନ ରାୱା ଇଡ଼ଲି ପାଇଁ ରୋଷେଇ ସାମଗ୍ରୀ:

.ସୁଜି
. ଦହି
. ସ୍ୱାଦ ଅନୁଯାୟୀ ଲୁଣ
. ଧନିଆ ପତ୍ର
.ଗ୍ରୀନ ମଟର
. କଞ୍ଚା ଲଙ୍କା
. ଖାଇବା ସୋଡ଼ା

ଗ୍ରୀନ ରାୱା ଇଡ଼ଲି ପ୍ରସ୍ତୁତ ପ୍ରଣାଳୀ:
ଗ୍ରୀନ ରାୱା ଇଡ଼ଲି କରିବାକୁ ହେଲେ ପ୍ରଥମେ ଏକ ପାତ୍ରରେ ଦୁଇ କପ ସୁଜି ନେବେ ଓ ଏହା ପରେ ଏଥିରେ ଦେଢ଼ ଚାମଚ ଦହିକୁ ପାଣି ମିଶାଇ ଗଳାଇଦେବେ। ଏହା ପରେ ଦୁଇ କପ ଗ୍ରୀନ ମଟର, ଗୋଟେ କଞ୍ଚା ଲଙ୍କା ଓ କିଛି ଧନିଆ ପତ୍ରକୁ ଗ୍ରାଇଣ୍ଡିଙ୍ଗ କରି ଏହାର ମିଶ୍ରଣ ସୁଜିର ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ସ୍ୱାଦ ଅନୁସାରେ ଲୁଣ ମିଶାଇବା ସହିତ ଏକ ଚାମଚ ସୋଡ଼ା ମିଶାନ୍ତୁ ଓ ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ପରେ ଇଡ଼ଲି ଛାଂଚରେ ଏହି ବେଟରକୁ ରଖି ଚୁଲାରେ ବସାଇ ଦିଅନ୍ତୁ । ୧୫ ରୁ ୨୦ ମିନିଟ ପରେ ଏହା ପ୍ରସ୍ତୁତ ହୋଇଯାଇଥିବା। ଏହାକୁ କାଢି ନିଜର ମନ ପସନ୍ଦ ଚଟଣି ସହିତ ଖାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.