CRPF ରେ ଖାଲିପଡିଛି ଡେପୁଟି କମାଣ୍ଡାଣ୍ଟ ପଦବୀ, ମାସକୁ ଦରମା ୭୫ ହଜାର ଟଙ୍କା
ଇଂଜିନିୟରିଂ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ତରଫରୁ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ସିଆରପିଏଫ୍ ପକ୍ଷରୁ ଡେପୁଟି କମାଣ୍ଡାଣ୍ଟ (ଇଂଜିନିୟର) ୧୧ଟି ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଓ୍ଵାକ୍-ଇନ-ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ କରାଯିବ। ଯୋଗ୍ୟ ପ୍ରାର୍ଥୀ ୧୯ ମଇରୁ ୨ ଜୁନ୍ ପର୍ଯ୍ୟନ୍ତ ଅଲଗା ଅଲଗା ଲୋକେସନରେ ଆୟୋଜିତ କରାଯିବ।
ପଦବୀ ବିବରଣୀ: ୧୧
ଡେପୁଟି କମାଣ୍ଡାଣ୍ଟ
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ଅତିବେଶିରେ ୪୫ ବର୍ଷ ହୋଇଥିବା ଜରୁରୀ। ଏକ୍ସ ସର୍ଭିସମ୍ୟାନଙ୍କ ପାଇଁ ବୟସ ସୀମା ୬୦ ବର୍ଷ ରଖାଯାଇଛି। ସରକାରୀ ଚାକିରି କରିଥିବା ରିଟାୟର କର୍ମଚାରୀ ଏହି ପଦବୀରେ ଆବେଦନ କରିପାରିବେ।
ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ପାଖରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ ସିଭିଲ ଇଂଜିନିୟରିଂରେ ME/ଏମଟେକ୍ ଡିଗ୍ରୀ କରିଥିବା ଜରୁରୀ। ଏହାଛଡା ବିଲିଡିଂ ଆଣ୍ଡ ମେଣ୍ଟେନାନ୍ସ ଫିଲ୍ଡରେ ୫ ବର୍ଷର ଅଭିଜ୍ଞତା ଜରୁରୀ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ପ୍ରତିମାସରେ ୭୫,୦୦୦ ଟଙ୍କା ଦରମା ମିଳିବ। ପ୍ରାର୍ଥୀଙ୍କ ଚୟନ ସିଲେକ୍ସନ କଣ୍ଟ୍ରାକ୍ଟ ଆଧାରରେ କରାଯିବ।
ଇଣ୍ଟରଭ୍ୟୁ ତାରିଖ ଓ ସ୍ଥାନ :
୧୯ ଓ ୨୦ ମଇ: ଡିଆଇଜିପି, ଜିସି, ସିଆରପିଏଫ, ଝରୋଦା କଲା, ନୂଆଦିଲ୍ଲୀ
୨୫ ରୁ୨୬ ମଇ : ଡିଆଇଜିପି, ଜିସି, ସିଆରପିଏଫ, ଗୌହ୍ଵାଟୀ, ଆସାମ
୧ ରୁ ୨ ଜୁନ୍ : ଡିଆଇଜିପି, ଜିସି, ସିଆରପିଏଫ, ହାଇଦ୍ରାବାଦ, ତେଲେଙ୍ଗାନା
ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ସମ୍ବନ୍ଧିତ ୟୁନିଟରେ ନିର୍ଦ୍ଧାରିତ ତାରିଖରେ ଓ୍ଵାକ ଇନ ଇଣ୍ଟରଭ୍ୟୁରେ ଉପସ୍ଥିତ ରହିବେ। ପ୍ରାର୍ଥୀ ସେମାନଙ୍କ ସାଙ୍ଗରେ ସମସ୍ତ ପ୍ରକାରର ଦରକାରୀ ଦସ୍ତାବିଜ (ଡିଗ୍ରୀ, ବୟସ ପ୍ରମାଣ ପତ୍ର, ଅଭିଜ୍ଞତା ସାର୍ଟିଫିକେଟ)ର ମୂଳ କପି ଏବଂ ଫଟୋକପି ଦସ୍ତାବିଜ ଆଣିବା ଆବଶ୍ୟକ। ଇଣ୍ଟରଭ୍ୟୁ ପରେ ମେଡିକାଲ ଟେଷ୍ଟ ହେବ। ଏଥିରେ ପାସ୍ କଲେ ନିଯୁକ୍ତି ସୁନିଶ୍ଚିତ।
ଅଧିକ ଜାଣିବା ପାଇଁ ନୋଟିଫିକେସନ ଦେଖିପାରିବେ :
https://crpf.gov.in/writereaddata/Portal/Recruitment_Advertise/ADVERTISE/1_231_1_163042022.pdf