ସଫଳତାର ଶିଖରରେ ପହଞ୍ଚାଇବ ଏହି ରତ୍ନ, ଆପଣଙ୍କ କ୍ୟାରିଅର ଅନୁଯାୟୀ ଧାରଣ କରନ୍ତୁ
ରତ୍ନ ଶାସ୍ତ୍ରରେ ବହୁତ ରତ୍ନ ବିଷୟରେ ଉଲ୍ଲେଖ କରାଯାଇଛି | କୁଣ୍ଡଳୀରେ କମଜୋର ଗ୍ରହ କିମ୍ବା କୌଣସି ଗ୍ରହସ୍ଥିତିର ପ୍ରଭାବ ଆମର ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ପଡିଥାଏ | ଏହି ପ୍ରଭାବକୁ କମ କରିବା ପାଇଁ ଏବଂ ଶୁଭ ପ୍ରଭାବକୁ ବଢାଇବା ପାଇଁ ରତ୍ନ ଧାରଣ କରିବାକୁ ଉପଦେଶ ଦିଆଯାଇଥାଏ |
ଆଜି ଆମେ ଏମିତି କିଛି ରତ୍ନ ବିଷୟରେ ଜାଣିବା ଯାହା ଆପଣଙ୍କୁ ଧାରଣ କରିବା କ୍ଷଣି ମାଲାମାଲ କରିଦେଇପାରେ | ତେବେ କିଛି ବି ରତ୍ନ ଧାରଣ କରିବା ପୂର୍ବରୁ ଜ୍ୟୋତିଷଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ । ଆସନ୍ତୁ ଜାଣିବା କେଉଁ କ୍ୟାରିଅର ପାଇଁ ପିନ୍ଧିବେ କେଉଁ ରତ୍ନ ।
ଇଂଜିନିୟରିଂ କ୍ଷେତ୍ରରେ କ୍ୟାରିଅର କରିବା ପାଇଁ :
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସିଭିଲ ଇଂଜିନିୟରିଂ କ୍ଷେତ୍ରରେ ଶନି ଗ୍ରହଙ୍କୁ ଆଧିପତ୍ୟ ମନାଯାଇଥାଏ । ଏମିତିରେ ସିଭିଲ ଇଂଜିନିୟରିଂ କ୍ଷେତ୍ରରେ କ୍ୟାରିଅର ଓ ଉନ୍ନତି ହାସଲ ପାଇଁ ଶନି ଗ୍ରହଙ୍କ ସହ ଜଡିତ ରତ୍ନ ନୀଲମ ଧାରଣ କରିବା ଶୁଭ ହୋଇଥାଏ ।
କମ୍ପ୍ୟୁଟର ଟେକ୍ନିକ୍ କ୍ଷେତ୍ରରେ କ୍ୟାରିଅର କରିବା ପାଇଁ :
ରତ୍ନ ଶାସ୍ତ୍ର ଅନୁସାରେ କମ୍ପ୍ୟୁଟର ଟେକ୍ନୋଲୋଜି ବା ସପ୍ଟ େଓ୍ଵୟାର ଇଂଜିନିୟରିଂ କ୍ଷେତ୍ରରେ ସଫଳତା ପାଇବା ପାଇଁ ଇଚ୍ଛୁକ ବ୍ୟକ୍ତି ଗୋମେଦ ଧାରଣ କରିବା ଲାଭକାରୀ ହୋଇଥାଏ । ଏହାକୁ ଆପଣ ଜ୍ୟୋତିଷଙ୍କ ପରାମର୍ଶ ଅନୁଯାୟୀ ଠିକ୍ ବିଧିରେ ଧାରଣ କରିବେ ।
କଳା ଓ ମିଡିଆ କ୍ଷେତ୍ରରେ କ୍ୟାରିଅର କରିବା ପାଇଁ ରତ୍ନ :
ଯେଉଁ ବ୍ୟକ୍ତି କଳା ଯଥା ଅଭିନୟ, ଗାଇବା,ନୃତ୍ୟ, ମଡେଲିଙ୍ଗ ଓ ମିଡିଆ କ୍ଷେତ୍ରରେ ଉନ୍ନତି କରିବାକୁ ଚାହୁଁଛନ୍ତି ତାଙ୍କୁ ବୁଧ ଗ୍ରହର ରତ୍ନ ପାନ୍ନା ଓ ଶୁକ୍ର ଗ୍ରହର ରତ୍ନ ହୀରା ଧାରଣ କରିବା ଉଚିତ୍ । ଆପଣ ଜ୍ୟୋତିଷଙ୍କ ପରାମର୍ଶ ଅନୁଯାୟୀ ରତ୍ନ ବା ଉପରତ୍ନ ଧାରଣ କରିପାରିବେ ।
ଚିକିତ୍ସା କ୍ଷେତ୍ରରେ ସଫଳତା ପାଇଁ :
ଜ୍ୟୋତିଷ ଶାସ୍ତ୍ରରେ ଯଦି ଆପଣଙ୍କୁ ମେଡିକାଲ କ୍ଷେତ୍ରରେ କ୍ୟାରିଅର କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସୂର୍ଯ୍ୟଙ୍କ ଛଡ଼ା ଚନ୍ଦ୍ର, ମଙ୍ଗଳ ଓ ଶୁକ୍ର ଗ୍ରହ ସହ ଜଡିତ ରତ୍ନ ଧାରଣ କଲେ ସଫଳ ପାଇବେ । ଡାକ୍ତର ହେବାକୁ ବା ଚିକିତ୍ସା କ୍ଷେତ୍ରର ରହିବାକୁ ଇଚ୍ଛା କରୁଥିବା ବ୍ୟକ୍ତିଙ୍କ ପାଇଁ ମୋତି, ମାଣିକ୍ୟ ଓ ହୀରା ରତ୍ନ ଧାରଣ ଫଳଦାୟୀ ହୋଇଥାଏ ।