ଭୁବନେଶ୍ୱର (କେ ନ୍ୟୁଜ୍) : ଗୌହାଟିରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନର ଭୁବନେଶ୍ୱରରେ ଜରୁରୀ ଅବତରଣ । ଏଥିରେ ଯାଉଥିବା ଏକ ତିନି ମାସର ଶିଶୁର ଦେହ ଅଚାନକ ବିଗିଡ଼ି ଯିବାରୁ ତାର ଚିକିତ୍ସା ପାଇଁ ଇଣ୍ଡିଗୋ-୯୦୫ ବିମାନକୁ ଏଠାରେ ଅବତରଣ କରିବାକୁ ପଡ଼ିଛି । ପାଇଲଟ୍ଙ୍କ ଅନୁରୋଧ ପରେ ପରିସ୍ଥିତିକୁ ଦେଖି ବିଜୁ ପଟ୍ଟନାୟକ ବିମାନ ବନ୍ଦର କର୍ତ୍ତୃପକ୍ଷ ବିମାନଟିକୁ ଜରୁରୀ ଅବତରଣ ପାଇଁ ଅନୁମତି ଦେଇଥିଲେ । ଅବତରଣ ପରେ ତୁରନ୍ତ ଶିଶୁଟିକୁ ପ୍ରାଥମିକ ଚିକିତ୍ସା କରଯାଇଥିଲା । ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପରେ ପିଲାଟିକୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି ।