ବେଙ୍ଗାଲୁରୁରେ ୩ ଶ୍ରମିକଙ୍କ ମୃତ୍ୟୁ, ମୃତକଙ୍କ ମଧ୍ୟରେ ଦୁଇ ଓଡିଆ

ବେଙ୍ଗାଲୁରୁ(କେନ୍ୟୁଜ୍) : ବେଙ୍ଗାଲୁରୁର ହ୍ବାଇଟ ଫିଲ୍ଡ ସ୍ଥିତ ସିଗାଲି ଠାରେ ଥିବା ଏକ ହୋଲିସଇଲ ଲାଗେଷ୍ଟି କମ୍ପାନୀରେ ଗତକାଲି ଏକ ଅଘଟଣ ଘଟିଯାଇଛି । କମ୍ପାନୀରେ ଶ୍ରମିକ ମାନେ କାର‌୍ୟ୍ୟ କରୁଥିବା ସମୟରେ ରାକ୍ ଗୁଡିକ ତଳକୁ ଖସିପଡିବାରୁ ୭ଜଣ ଶ୍ରମିକ ଗୁରୁତର ହୋଇଥିବାବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନଙ୍କ ମଧ୍ୟରେ ୨ଜଣ ଓଡିଆ ଶ୍ରମିକ ରହିଛନ୍ତି । ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଳକ୍ ପଡାଗାୟସପୁର ଗ୍ରାମର ଦୟାନିଧି ରାଉତଙ୍କ ୨୮ ବର୍ଷର ପୁଅ ଜ୍ଞାନଦର୍ଶନ ରାଉତ, ଏବଂ ମୟୁରଭଞ୍ଜ ଜିଲ୍ଲାର ବାହାମପାହାଡ ଥାନା ପୋଖରିଆର ଡମ୍ବରୁଧର ପାତ୍ରଙ୍କ ୩୮ବର୍ଷର ପୁଅ ସୁବାଷ ପାତ୍ର । ତେବେ ସୁବାଷ ବିବାହିତ ଥିବା ଜଣାପଡିଛି । ଘଟଣାପରେ କମ୍ପାନୀ ପକ୍ଷରୁ କୌଣସି ସହାୟତା ରାଶି ମିଳିନଥିବାବେଳେ ଏନେଇ କ୍ୟାଡୁଗୁଡୁ ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.