Below header

ମଲା ଲୋକଙ୍କ ନାଁରେ ୩୨ ଲକ୍ଷ ଟଙ୍କାର ଭତ୍ତା ହଡ଼ପ, ଜଣେ ଗିରଫ

ବାଲେଶ୍ୱର(କେନ୍ୟୁଜ୍) : ମୃତକଙ୍କୁ ଜୀବିତ ଦର୍ଶାଇ ଟଙ୍କା ଲୁଟିବା ମହଙ୍ଗା ପଡ଼ିଲା । ବାଲେଶ୍ୱର ବ୍ୟାଙ୍କ ଅଫ୍ ଇଣ୍ଡିଆ ଅସ୍ଥାୟୀ କର୍ମଚାରୀ ପ୍ରଭାତ ଦାସ ଗିରଫ ହୋଇଛନ୍ତି। ଏକ କୋଟି ୩୨ ଲକ୍ଷ ଲୁଟ୍‌ ନେଇ ପ୍ରଭାତଙ୍କୁ ଗିରଫ କଲା ଇଓଡବ୍ଳୁ । ୨ ମୃତକଙ୍କୁ ଜୀବିତ ଦର୍ଶାଇ ପ୍ରଭାତ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ୨୦୧୧ରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ରେମୁଣା ଶାଖାରେ ଅସ୍ଥାୟୀ କର୍ମଚାରୀ ଭାବରେ ନିଯୁକ୍ତ ହୋଇଥିଲେ ପ୍ରଭାତ ଦାସ। ପର୍ଶୁରାମ ଗିରି,ସାବିତ୍ରୀ ଗିରି ଦୁଇ ଶିକ୍ଷକଙ୍କ ମୃତ୍ୟୁ ପରେ ତାଙ୍କୁ ଜୀବିତ ଦର୍ଶାଇ ସେମାନଙ୍କ ନାଁରେ ଟଙ୍କା ଉଠାଣ କରାଯାଇଛି। ୨୦୧୪-୧୮ ଯାଏ ମୃତକଙ୍କ ପେନସନ ଟଙ୍କା ଉଠାଇଥିଲେ। ଏହି ଘଟଣାରେ ଇଓଡବ୍ଳୁର ୪ ଜଣିଆ ଟିମ୍‌ ବାଲେଶ୍ୱର ପହଞ୍ଚି ପ୍ରଭାତଙ୍କୁ ରେମୁଣା ଥାନାରେ ପଚରାଉଚରା କରିଛନ୍ତି । ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ସେ ଟଙ୍କା ନେଇଥିବା ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଦୁଇରୁ ୩ଜଣ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛିି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.