ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ଵିତ, ଅନୁଧ୍ୟାନ କଲେ ଭିକେ ପାଣ୍ଡିଆନ
ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ଵିତ । ଆଗକୁ ରଥଯାତ୍ରା ଥିବାରୁ ଏବେ ପ୍ରକଳ୍ପ କାମକୁ ଜୋରାଦର କରାଯାଉଛି । ଆଜି ସକାଳୁ ପୁରୀରେ 5T ସଚିକ ଭି.କେ ପାଣ୍ଡିଆନ୍ ପହଞ୍ଚି ଜିଲ୍ଲାପାଳ, ଓବିସିସି ଅଧିକାରୀଙ୍କ ସହ ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ଏବେ ପ୍ରକଳ୍ପ କାର୍ଯ୍ୟ ଆହୁରି ତ୍ୱରାନ୍ଵିତ ହେବ ବୋଲି ଆଶା କରାଯାଉଛି । ପୂର୍ବରୁ ଗତକାଲି ସୁପ୍ରିମକୋର୍ଟଙ୍କ ରାୟ ପରେ ମଧ୍ୟ 5T ସଚିକ ଭି କେ ପାଣ୍ଡିଆନ୍ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।
ଆଇନଗତ ଦିଗ ଓ ଖନନ ପ୍ରକ୍ରିୟାକୁ ନେଇ ଗତ କିଛି ମାସ ଧରି ବିବାଦ ଯୋଗୁ ପ୍ରକଳ୍ପ କାମରେ ବାଧା ସୃଷ୍ଟି ହୋଇଥିଲା । ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ସମ୍ମୁଖରେ ଚାଲିଥିବା ଟଏଲେଟ ନିର୍ମାଣ ସହ କ୍ଲକ ରୁମ୍ ଓ ଦକ୍ଷିଣ ଦ୍ୱାର ସମ୍ମୁଖରେ ଚାଲିଥିବା ପୁରୁଷ, ମହିଳା ଓ ସେବାୟତଙ୍କ ୱସ୍ ରୁମ୍ ତିଆରି କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୁପ୍ରିମକୋର୍ଟଙ୍କ ରାୟ ପରେ ଗତକାଲି ୪୦ରୁ ଅଧିକ ସେବାୟତ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିକ ଭି କେ ପାଣ୍ଡିଆନ୍ ଙ୍କୁ ଭେଟି ଯାତ୍ରୀ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତ୍ୱରାନ୍ଵିତ କରିବା ନେଇ ଆଲୋଚନା କରିଥିଲେ । ବର୍ଷା ଦିନ ପୂର୍ବରୁ କାମ ଶେଷ କରିବା ପାଇଁ ଦାବି ହୋଇଛି ।