Below header

ବାପା ବିରୋଧରେ କାହିଁକି ଏମିତି ଷଡଯନ୍ତ୍ର ରଚିଥିଲା ପୁଅ ? ଧରାପଡ଼ିବା ପରେ ଖୋଲିଲା ରହସ୍ୟ

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜିକାଲିର କିଛି ପିଲା ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି । ସଂସ୍କାର ତ ଦୂରର କଥା ନିଜ ବାପା ମା’ଙ୍କୁ ସମ୍ମାନ ଦେବା ଭୁଲି ଗଲେଣି । ଆଉ ଅୟସ କରିବା ପାଇଁ ସବୁବେଳେ ରାସ୍ତା ଖୋଜୁଥାନ୍ତି । ତେବେ ଏମିତି ଏକ ଘଟଣା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଛି, ଯାହାକୁ ଜାଣିଲେ ଆପଣମାନଙ୍କ ହୋସ୍‌ ଉଡ଼ିଯିବ । ମୁହଁରୁ ଆପେ ଆପେ ବାହାରି ଆସିବ କାହିଁକି ପୁଅ ଜନ୍ମ କଲି ? ଇଏ ତ ପୁଅ ନୁହେଁ ଶତ୍ରୁ ।

ଆସନ୍ତୁ ଜାଣିବା ପୂରା ଘଟଣା, ଯାହା ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି । ବାଲିଅନ୍ତ ଅଞ୍ଚଳରେ ରହୁଥିବା ସୁରେନ୍ଦ୍ର ଦାସଙ୍କ ଘରେ ଘଟିଛି ଏହି ଘଟଣା । ସେ ନିଜ ପୁଅକୁ ଖର୍ଚ୍ଚ କରିବା ପାଇଁ ତାର ଦାବି ମୁତାବକ ଟଙ୍କା ନଦେବାରୁ ପୁଅ ବିଶ୍ୱଜିତ ରଚିଲା ଷଡ଼ଯନ୍ତ୍ର । ତାହା ପୁଣି ନିଜ ବାପାଙ୍କ ବିରୋଧରେ । ଥାନାରେ ଆସି ଅଭିଯୋଗ କଲା କି ତା ବାପା ଘରେ ବନ୍ଧୁକ ରଖିଛନ୍ତି ଏବଂ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ଅଛନ୍ତି ।

ତେବେ ଥାନାକୁ ଆସିଥିବା ବିଶ୍ୱଜିତର ହାବଭାବ ଦେଖି ପୋଲିସ୍‌ର ସନ୍ଦେହ ହେଲା । ତୁରନ୍ତ ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଲା ଯେ ପୁଅଟି ଏକଦମ ମିଛ କହୁଛି । ତା ପରେ ତାଠାରୁ ସତ ବାହାର କଲା । ଆଉ ପ୍ରକୃତରେ ଜଣାପଡ଼ିଲା ଯେ ବାପା ବିରୋଧରେ ପୁଅର ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ଟିକିଏ ଚଢ଼ାଉ ପରେ ବିଶ୍ୱଜିତ ଓ ତାର ଜଣେ ସାଙ୍ଗ ସତ କଥା କହିଦେଲେ । ତେଣୁ ବିଶ୍ୱଜିତ ସହ ତାର ସାଙ୍ଗକୁ ପୋଲିସ୍‌ ଗିରଫ କରିଛି । ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ମୋବାଇଲ ଜବତ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.