Below header

ଚିପ୍ସ ପ୍ରେମରେ ଯୁବତୀ, ଦୀର୍ଘ ୨୦ବର୍ଷ ହେବ କେବଳ ଚିପ୍ସ ହିଁ ତାଙ୍କ ଆହାର

ଚିପ୍ସ ଖାଇବା ସମସ୍ତଙ୍କର ପସନ୍ଦ । ଛୋଟରୁ ବଡ ପ୍ରାୟ ସମସ୍ତେ ରିଲାକ୍ସ ଟାଇମରେ ଚିପ୍ସ ଖାଇବାକୁ ପସନ୍ଦ କରନ୍ତି । ଏମିତିରେ ସିନା ଆମେ ଚିପ୍ସ ଖାଉଛୁ । କିନ୍ତୁ କେବେ ଭାବିଛନ୍ତିକି ଖାଲି ଚିପ୍ସ ଖାଇ ଜଣେ ୨୦ ବର୍ଷ ଯାଏଁ ଜୀବିତ ରହିଥିବେ । ହଁ ଏମିତି ହିଁ ଘଟଣା ଘଟିଛି । ଇଂଲଣ୍ଡର କୋବେଣ୍ଟ୍ରି ବାସିନ୍ଦା ୨୫ ବର୍ଷ ବୟସ୍କା ଜୋ ସେଣ୍ଡଲର ନାମକ ଜଣେ ମହିଳାଙ୍କ ବିଷୟରେ । ସେ ଗତ ୨୦ ବର୍ଷ ହେବ କେବଳ ଚିପ୍ସ ଖାଇକି ହିଁ ବଞ୍ଚିଛନ୍ତି । କିନ୍ତୁ ଏବେ ନିଜ ବିବାହ ଦିନ ଏକ ଭିନ୍ନ ଖାଦ୍ୟ ଖାଇବା ନେଇ ସ୍ଥିର କରିଛନ୍ତି ।

ଏକ ଖବର ସଂସ୍ଥା ତରଫରୁ ଜାରି ହୋଇଥିବା ଖବର ଅନୁଯାୟୀ, ସେଣ୍ଡଲର ନାମ୍ନୀ ଏହି ମହିଳା ଜଣଙ୍କ ୨୩ ବର୍ଷ ପର୍ଯ୍ୟନ୍ତ କେବଳ ପନିର ଓ ପିଆଜର ଚିପ୍ସ ଖାଇ ବଞ୍ଚିଛନ୍ତି । ଆଉ ଖାସ କଥା ହେଉଛି ସେ କେବଳ ମାତ୍ର ୱାକର ନାମକ ବ୍ରାଣ୍ଡର ଚିପ୍ସ ହିଁ ଖାଇଥାନ୍ତି । ଆଉ ନିଜ ପସନ୍ଦର ଚିପ୍ସ ସହିତ ବଟର ଓ ବ୍ରେଡ ସ୍ୟାଣ୍ଡବୀଚକୁ ଖାଦ୍ୟ ହିସାବରେ ନେଇଥାନ୍ତି । ନିକଟରେ ଏମଏସ କିମ୍ବା ମଲ୍ଟିପ୍ଲ ସକେଲେରୋସୀସ ନାମକ ଏହି ସିଣ୍ଡ୍ରୋମକୁ ନେଇ ସେଣ୍ଡଲର ନିଜ ଚିକିତ୍ସା ଆରମ୍ଭ କରିବାକୁ ସ୍ଥିର କରିଛନ୍ତି । ଯେବେ ଜୋ ଜାଣିବାକୁ କେବଳ ଚିପ୍ସ ଖାଇ ଖାଇ ସେ ଧୀରେ ଧୀରେ ଅସୁସ୍ଥ ହେବାକୁ ବସିଲେଣି । ତାଙ୍କର ଏବେ ଚିକିତ୍ସା ନିହାତି ଆବଶ୍ୟକ | ସେହି ସମୟରେ ସେ ହିପ୍ରଟିସମ ଥେରିପିଷ୍ଟ ଡେଭିଡ କିଲ୍ମୁରିଙ୍କ ସାହାଯ୍ୟ ନେଇଥିଲେ । ଦୀର୍ଘ ଦୁଇ ଘଣ୍ଟା ଧରି ଚିକିତ୍ସା ହେବା ପରେ ସେଣ୍ଡଳର ଫଳ ଓ ପନିପରିବା ଗୁଡିକୁ ଟିକେ ଚାଖିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ ।

ଜଣାଯାଇଛିକି ସେଣ୍ଡଲର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ନିଜ ଚିକିତ୍ସା ପରେ ସେ ଏକ କ୍ରିସପି ସାଣ୍ଡଵିଚ ଖାଇବା ନେଇ ସ୍ଥିର କରିଛନ୍ତି । ଗଣମାଧ୍ୟମର ପ୍ରଶ୍ନକୁ ନେଇ ସ୍ୟାଣ୍ଡଲର କହିଛନ୍ତିକି ତାଙ୍କ ପିତା ମାତା ତାଙ୍କୁ ଅନ୍ୟ ଖାଦ୍ୟ ଖୁଆଇବା ପାଇଁ ଅନେକ ଥର ଚେଷ୍ଟା କରିଛନ୍ତି କିନ୍ତୁ ସେଣ୍ଡଳରଙ୍କୁ ପସନ୍ଦ ନଥିବାରୁ ସେ ସାଣ୍ଡଵିଚ ବ୍ୟତୀତ ଅନ୍ୟ କୌଣସି ଖାଦ୍ୟ ଗ୍ରହଣ କରନ୍ତି ନାହିଁ । କିନ୍ତୁ କେବେ କେମିତି ଅନ୍ୟ କିଛି ଚିପ୍ସ ଖାଦ୍ୟ ଆକାରରେ ନେଇ ନିଅନ୍ତି । ଏମିତିକି ସ୍କୁଲରେ ପଢିବା ସମୟରେ ବି ଚିପ୍ସ ହିଁ ତାଙ୍କର ପ୍ରଥମ ପସନ୍ଦ ଥିଲା \ ଚ୍ପିପ୍ସ ବ୍ୟତୀତ ଅନ୍ୟ କିଛି ଖାଇବାକୁ ସେ ଏତେଟା ଭଲ ପାଉନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.