ଭାରତରେ ପିଏଚ୍‌ଡି କରିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ USIEF ର ଫେଲୋସିପ୍‌, ବିଦେଶ ଭ୍ରମଣ ସହ ମିଳିବ ଏସବୁ ସୁବିଧା

ଭାରତୀୟ ଇନ୍‌ଷ୍ଟିଚ୍ୟୁଟ୍‌ରେ ପିଏଚ୍‌ଡି (Ph.D) ପାଇଁ ରେଜିଷ୍ଟ୍ରେସନ୍‌ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ୟୁନାଇଟେଡ୍‌ ଷ୍ଟେଟ୍ସ-ଇଣ୍ଡିଆ ଏଜୁକେସନାଲ ଫାଉଣ୍ଡେସନ୍‌ United States-India Educational Foundation (USIEF) ପକ୍ଷରୁ ଫୁଲବ୍ରାଇଟ୍‌ କଲାମ୍‌ କ୍ଲାଇମେଟ୍‌ ଫେଲୋସିପ୍‌ (Fulbright Kalam Climate Fellowship) ଘୋଷଣା କରାଯାଇଛି। ଡକ୍ଟରାଲ ରିସର୍ଚ୍ଚ ୨୦୨୩-୨୪ ପାଇଁ ଏହି ଫେଲୋସିପ୍‌ର ଘୋଷଣା ହୋଇଛି। ଭାରତର ବିଭିନ୍ନ ସମ୍ବଳ ଉପରେ ରିସର୍ଚ୍ଚ କରୁଥିବା ତଥା ଉଚ୍ଚ ଆକାଂକ୍ଷାସମ୍ପନ୍ନ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ ।

ୟୁଏସ୍‌ର ଆବେଦନକାରୀ ଯେଉଁମାନେ ଭାରତୀୟ ଇନ୍‌ଷ୍ଟିଚ୍ୟୁଟ୍‌ରେ ପିଏଚ୍‌ଡି ଡିଗ୍ରୀ ପାଇଁ ୧ ନଭେମ୍ବର ୨୦୨୧ ପୂର୍ବରୁ ରେଜିଷ୍ଟେସନ୍‌ କରିଛନ୍ତି, ସେମାନେ ଏଥିପାଇଁ ଆବେଦନ କରିପାରିବେ। ଏହି ଫେଲୋସିପ୍‌ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୧୫ ସେପ୍ଟେମ୍ବର ୨୦୨୨। ସେପ୍ଟେମ୍ବର ୧୫ ଦିନ କିମ୍ବା ତା’ ପୂର୍ବରୁ ପ୍ରାର୍ଥୀ ଏଥିପାଇଁ ଆପ୍ଲାଏ କରିପାରିବେ।

ମିଳିବ ଏସବୁ ସୁବିଧା:

ଏହି ଫେଲୋସିପ୍‌ରେ ପ୍ରାର୍ଥୀଙ୍କୁ ଜେ ୧ ଭିସା (J-1 Visa Support), ମାସିକ ଷ୍ଟାଇପେଣ୍ଡ୍‌, ୟୁଏସ୍‌ ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁସାରେ ଦୁର୍ଘଟଣା ଓ ଅସୁସ୍ଥତାଜନିତ ସାହାଯ୍ୟ, ଭାରତ ଓ ଆମେରିକାକୁ ଇକୋନୋମିକ କ୍ଲାସ୍‌ରେ ବିମାନ ଯାତ୍ରା ସୁଯୋଗ (Round-trip economy class air travel between India and the U.S), ସବୁ ପ୍ରକାରର ରହଣି ସୁବିଧା ଯୋଗାଇ ଦିଆଯିବ। ଏଥିସହ ଛାତ୍ରଛାତ୍ରୀଙ୍କୁ ରିସର୍ଚ୍ଚ ଓ ପ୍ରାକ୍ଟିକାଲ ପାଇଁ ଗମନାଗମନ ଖର୍ଚ୍ଚ ମଧ୍ୟ ଯୋଗାଇ ଦିଆଯିବ।

ଜରୁରୀ ସୂଚନା:

  • ଆବେଦନ କାରୀଙ୍କୁ ଅନ୍‌ଲାଇନ୍‌ରେ ଫର୍ମପୂରଣ କରିବାକୁ ହେବ। ଏଥିପାଇଁ https://apply.iie.org/ffsp2023/ ଉପରେ କ୍ଲିକ୍‌ କରନ୍ତୁ।
  • ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିବା ପୂର୍ବରୁ ସମସ୍ତ ସୂଚନା Application Instructions କୁ ସତର୍କତାର ସହ ପଢ଼ନ୍ତୁ।
  • ସବ୍‌ମିଟ୍‌ କରିବା ପୂର୍ବରୁ ଫର୍ମକୁ ପୁନର୍ବାର ଯାଞ୍ଚ କରନ୍ତୁ।
  • ଅଧା ପୂରଣ ହୋଇଥିବା ଫର୍ମକୁ ଗ୍ରହଣ କରାଯିବ ନାହିଁ।

ଅଧିକ ସୂଚନା ପାଇଁ ଅଫିସିଆଲ ୱେବ୍‌ସାଇଟ୍‌ https://www.usief.org.in/Fellowships/Fulbright-Kalam-Climate-Fellowship.aspx  କୁ ଯାଆନ୍ତୁ।

Also Read: ଛି ଏତେ ନୃଶଂସ! ପିଲାକୁ ଜନ୍ମ ଦେଇ ହସ୍ପିଟାଲରେ ଶୋଇଥିବା ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.