ବିଦ୍ୟାଳୟରୁ କମ୍ପ୍ଯୁଟର ସାମଗ୍ରୀ ଚୋରି, ବ୍ଲାକ୍‌ ବୋର୍ଡରେ ଲେଖିଲେ Its Me ଧୁମ-୪, କମିଙ୍ଗ୍‌ ଶୁନ୍‌  

ନବରଙ୍ଗପୁର(କେନ୍ୟୁଜ୍): ଚୋରଙ୍କ ଧୁମ୍‌ ଫିଲ୍ମ୍‌ ଷ୍ଟାଇଲ। ଚୋରି କରି ଚୋର ଲେଖିଲେ ଧୁମ୍‌ ୪। ସାମଗ୍ରୀ ଚୋରି କଲେ ଓ ଯିବା ପୂର୍ବରୁ ଚୋର ମାନେ ମାନେ ବ୍ଲାକ୍‌ ବୋର୍ଡରେ ଇଟ୍ସ ମି ଧୁମ-୪, କମିଙ୍ଗ୍‌ ଶୁନ୍‌। “ସ୍କୁଲ ପିଲା ଧରିପାରିଲେ ଧର ” । ଯାହା ଚର୍ଚ୍ଚା ପାଲଟିଛି। ବିଦ୍ୟାଳୟରୁ କମ୍ପ୍ଯୁଟର ସମେତ ବିଭିନ୍ନ ସାମଗ୍ରୀ ଚୋରି କଲେ ଓ ଯିବା ପୂର୍ବରୁ ଚୋର ମାନେ ମାନେ ବ୍ଲାକ୍‌ ବୋର୍ଡରେ ଇଟ୍ସ ମି ଧୁମ-୪, କମିଙ୍ଗ୍‌ ଶୁନ୍‌ ବୋଲି ଲେଖିଲେ। “ସ୍କୁଲ ପିଲା ଧରିପାରିଲେ ଧର ” ବୋଲି ଲେଖି ପୁଲିସକୁ ଖୋଲାଖୋଲି ଚ୍ଯାଲେଞ୍ଜ କଲେ।ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଇନ୍ଦ୍ରାବତୀ ସ୍ଥିତ ଖାତିଗୁଡ଼ା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ।

ମିଳିଥିବା ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ଗତ ଶୁକ୍ରବାର ଦିନ ରଥଯାତ୍ରା ପାଇଁ ସ୍କୁଲ ଛୁଟି ଥିବାରୁ ସ୍କୁଲ ବନ୍ଦ ରହିଥିଲା ତେବେ ସେଦିନ ତା ପରଦିନ ଅର୍ଥାତ ଶନିବାର ଦିନ ସ୍କୁଲ ଫାଟକ ଖୋଲିବା ବେଳେ ବିଦ୍ୟାଳୟର ମୁଖ୍ଯ ଫାଟକର ଚାବି ଭାଙ୍ଗି ହୋଇ ପ୍ରଧାନଶିକ୍ଷକଙ୍କ କକ୍ଷରେ ଥିବା ୨ଟି ତାଲା ଭାଙ୍ଗି କମ୍ପ୍ଯୁଟର, ପ୍ରିଣ୍ଟର୍‌ କମ୍‌ ଜେରକ୍ସ ମେସିନ୍‌, ଏବଂ ସାଉଣ୍ଡ ବକ୍ସ, ଏନଂଫଲ୍ଫେୟାର ତାର, କୋଡ, ମାଉଥ ମେସିନ ଚୋରି କରିଥିଲେ। ଚୋରି ହୋଇଥିବା ଏହି କମ୍ପ୍ଯୁଟରରେ ସ୍କୁଲର ବିଭିନ୍ନ ତଥ୍ଯ, ପରୀକ୍ଷା ସମ୍ବନ୍ଧୀୟ ତଥ୍ଯ ସହ ସ୍କୁଲ ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ତଥ୍ଯ ରହିଥିଲା । ଚୋରି କରି ଚମ୍ପଟ ମାରିବା ପୂର୍ବରୁ ଦୁର୍ବୃତ୍ତ ପୁଲିସ ତଥା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚ୍ଯାଲେଞ୍ଜ ଦେବା ପାଇଁ ବ୍ଳାକ୍‌ ବୋର୍ଡରେ ଇଟ୍ସ ମି ଧୁମ-୪ ଲେଖିଥିଲେ। ଏପରିକି ଦୁର୍ବୃତ୍ତମାନେ କମିଙ୍ଗ୍‌ ଶୁନ୍‌, ସ୍କୁଲ ପିଲା ଧରିପାରିଲେ ଧର ଏବଂ ଆମେ ପୁଣି ଆସିବୁ ବୋଲି ଲେଖି ଚାଲି ଯାଇଥିଲେ l ଏଥିସହ ବ୍ଲାକ ବୋର୍ଡ ରେ କିଛି ମୋବାଇଲ ନମ୍‌ୱର୍‌ ଲେଖିଛନ୍ତି । ଯେଉଁଥିରେ ସ୍କୁଲ ଶିକ୍ଷକ ଙ୍କ ନମ୍ବର ମଧ୍ୟ ରହିଛି ।

ରଥଯାତ୍ରା ପାଇଁ ସ୍କୁଲ ଛୁଟି ଥିବାରୁ ଶନିବାର ସକାଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଦ୍ୟାଳୟରେ ପହଞ୍ଚିବା ପରେ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଜାଣିବାକୁ ପାଇବା ସହ ଚୋରମାନେ ବ୍ଲାକ୍‌ ବୋର୍ଡରେ ଲେଖିଥିବା ଲେଖାକୁ ଦେଖି ଆଶ୍ଚର୍ଯ୍ଯ ହୋଇଯାଇଥିଲେ। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଖାତିଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ତଦନ୍ତ କରୁଛି । କିନ୍ତୁ ଦୁର୍ବୃତ୍ତମାନେ ଖୋଲାଖୋଲି ଚ୍ଯାଲେଞ୍ଜ କରିଥିବା ବେଳେ ସେମାନଙ୍କୁ ଖୋଜି ବାହାର କରିବା ବର୍ତ୍ତମାନ ପୁଲିସ ପାଇଁ ଏକ ବଡ଼ ଚ୍ଯାଲେଞ୍ଜ ହୋଇଥିବା ବେଳେ ଏଭଳି ଘଟଣା ଲୋକଲୋଚନ କୁ ଆସିଲା ପରେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ଖାତିଗୁଡା ଥାନା ତରଫରୁ ତଦନ୍ତ ଚାଲିଛି ଓ ଘଟଣା ସ୍ଥଳରେ ସାଇଁଟିଫିକ ଟିମ ଓ ପୋଲିସ ସନ୍ଧାନୀ କୁକୁର ର ସାହାଯ୍ଯ ନେଇ ତଦନ୍ତ ଜାରିରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.