ମୀନା ବଜାର ଦୋଳିରେ ଚାଲିଗଲା ନାବାଳିକାର ଜୀବନ

ଜୟପୁର (କେନ୍ୟୁଜ୍‌) : ମୀନା ବଜାର ବୁଲା ନେଲା ନାବାଳିକାର ଜୀବନ । କୋରାପୁଟ କୋଟପାଡ଼ ଠାରେ ମୀନାବଜାରରେ ପଡ଼ିଥିବା ବ୍ରେକ୍‌୍‌ଡ୍ୟାନ୍ସ ଦୋଳିରେ ବସିଥିଲା ଝିଅଟି । ଆଉ ସେତିକି ବେଳେ ହୃଦଘାତରେ ଚାଲିଗଲା ଜୀବନ l

କୋଟପାଡ଼ ସହରେ ରଥଯାତ୍ରା ଅବସରରେ ମୀନା ବଜାର ପଡ଼ିଛି । ସେଥିରେ ଲାଗିଥିବା ବ୍ରେକଡ୍ୟାନ୍ସରେ ବସିଥିବା ସମୟ ରେ କୋଟପାଡ଼ ମିର୍ଗାନ ସାହି ନିବାସୀ ମହମଦ ୟାକୁବଙ୍କ ୧୩ ବର୍ଷର ଝିଅ ଆଲଫିଆ ବାନୁଙ୍କୁ ହୃଦଘାତ ହୋଇଥିଲା । ଝୁଲାରେ ବସି ଗୋଟିଏ ରାଉଣ୍ଡ ବୁଲିବା ପରେ ହଠାତ ତାଙ୍କୁ ହୃଦଘାତ ହୋଇ ମୃତ୍ୟୁ ଘଟିଛି l ଏଭଳି ଦୁଃଖଦ ଘଟଣା ଏ ଅଞ୍ଚଳରେ ଶୋକ ଖେଳାଇ ଦେଇଛି । ଖବର ପାଇବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.