ଭୁବନେଶ୍ୱର(କେନ୍ୟୁଜ୍): ପ୍ରବଳସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ମୁଖ୍ୟ ସଚିବଙ୍କ ପ୍ରତିକ୍ରିୟା । ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇପାରେ । ହୀରାକୁଦ ଡ୍ୟାମ ଉପରୁ ବହୁତ ପାଣି ଆସୁଛି । ତାକୁ ରେଗୁଲେଟ କରାଯାଉଛି । ୧୦ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ଅତିକ୍ରମ କରିବ ।
ବିଭିନ୍ନ ନଦୀବନ୍ଧ ଉପରେ ନଜର ରଖାଯାଇଛି । ବଡ଼ ଘାଇ ହେବାର ସମ୍ଭାବନା ନାହିଁ । ଜିଲ୍ଲାପାଳ ମାନଙ୍କୁ ଆବଶ୍ରକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଘରେ ବର୍ଷା ପାଣି ପଶିଛି । ଆବଶ୍ୟକୀୟ ସ୍ଥଳରେ ସ୍ଥାନାନ୍ତର କରିବାକୁ କୁହାଯାଇଛି ବୋଲି କହିଛନ୍ତି ମୁଖ୍ୟ ସଚିବ ।