McDonald ରେଷ୍ଟୁରାଣ୍ଟ ଉପରେ ଅତର୍କିତ ଆକ୍ରମଣ କଲେ ୫୦ ଯୁବକ! ଲୁଟି ନେଲେ ବର୍ଗର ଓ କୋଲ୍ଡଡ୍ରିଙ୍କ୍ସ…ସାମ୍ନାକୁ ଆସିଲା ଭିଡିଓ
ବ୍ରିଟେନ୍ରେ ମ୍ୟାକ୍ଡୋନାଲ୍ଡସ୍ର ଏକ ରେଷ୍ଟୁରାଣ୍ଟ ଭିତରେ ପଶି କିଛି କିଶୋର, କିଶୋରୀ ହଙ୍ଗାମା ସୃଷ୍ଟି କରିଛନ୍ତି ଏବଂ ଷ୍ଟୋରରେ ଥିବା ବର୍ଗର, କୋଲ୍ଡ ଡ୍ରିଙ୍କ୍ସ ଆଦି ଲୁଟି ନେଇଛନ୍ତି। ଏହି ଘଟଣାରେ ୫୦ ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଥିବା ବେଳେ ସମସ୍ତଙ୍କ ବୟସ ୧୪ରୁ ୧୬ ବର୍ଷ ଭିତରେ ହେବ ବୋଲି କୁହାଯାଉଛି। ସେପଟେ ଲୁଟ୍ପାଟ୍ ସମୟରେ ଷ୍ଟୋରର କିଛି କର୍ମଚାରୀ ଭୟଭୀତ ଅବସ୍ଥାରେ ଗୋଟିଏ କୋଣରେ ବସି ରହିଥିବାର ଦେଖିବାକୁ ମିଳିଥିଲା।
ଘଟଣାଟି ଗତ ରବିବାର ରାତି ପାଖାପାଖି ୯ଟା ବେଳର। ଏକ ରିପୋର୍ଟରେ କୁହାଯାଇଛି, ଆକ୍ରମଣକାରୀଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ କିଶୋର କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରିବା ସହ ନାନା ଧମକ ଚମକ ଦେଇଥିଲେ। ଏହି ମାମଲାରେ ପୋଲିସ ତଦନ୍ତ ଜାରି ରଖିଛି, ହେଲେ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ।
ନଟିଂଘମ୍ଶାୟର ପୋଲିସ କହିଛି, ଆମେ ଏହି ଘଟଣାକୁ ବହୁତ ଗୁରୁତର ସହ ନେଉଛୁ। ଏହା ଏକ ବ୍ୟବସାୟିକ ଚୋରି। ଏହା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ। ଏ ପର୍ଯ୍ୟନ୍ତ କେହି ଗିରଫ ହୋଇ ନାହାନ୍ତି, କିନ୍ତୁ କ୍ଲମ୍ବର ଷ୍ଟ୍ରିଟ୍ ମ୍ୟାକ୍ଡୋନାଲ୍ଡସ୍ ସହ ଆମେ ଲଗାତାର ଯୋଗାଯୋଗରେ ଅଛୁ। ସିସିଟିଭି ସାହାଯ୍ୟରେ ତଦନ୍ତ କରାଯାଉଛି ଏବଂ ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଛି।
The appalling footage shows a gang of youths ransacking a McDonald’s in UK’s Nottingham, jumping over the counter, stealing food and drink. pic.twitter.com/o0jUHZ4MMy
— Press TV (@PressTV) August 24, 2022
ଏପଟେ ସୋସିଆଲ ମିଡିଆରେ ଘଟଣାର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖାଯାଉଛି, କିଛି କିଶୋର, କିଶୋରୀ ମ୍ୟାକ୍ଡୋନାଲ୍ଡସ୍ର ଆଉଟଲେଟ ଭିତରେ ପଶୁଛନ୍ତି। ସମସ୍ତେ ଟ୍ରାକସୁଟ ଏବଂ ଟୋପି ପିନ୍ଧିଛନ୍ତି।