ଢେଙ୍କାନାଳ(କେନ୍ୟୁଜ୍): ଦେଶୀମଦ ବୋଝେଇ ବୋଲେରୋ ଜବତ, ଜଣେ ଗିରଫ । ଢେଙ୍କାନାଳ ଟାଉନ ଥାନା ପୋଲିସ ଚୋରା ଦେଶୀ ମଦ ବୋଝେଇ ଗାଡ଼ିଟିକୁ ଗୋଡ଼ାଇ ଗୋଡ଼ାଇ ରାଧାଦେଇପୁର ଗାଁ ନିକଟରେ ଧରିଥିଲା । ବୋଲେରୋ ଡ୍ରାଇଭର ଶିବନାରାୟଣ ସାହୁ ଗିରଫ କରିଛି ପୋଲିସ ।
ମଦ ବୋଝେଇ ଗାଡ଼ିଟି ଆଠଗଡ଼ରୁ ଯାଜପୁର ଅଞ୍ଚଳକୁ ଯାଉଥିବା ସୂଚନା ମିଳିଛି । ମଦ ମାଫିଆ ଓ ପୋଲିସ ଉପରକୁ ଗାଡି ଚଢ଼ାର ଦେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଓ ଗ୍ରାମବସୀ ମାଡ଼ି ବସିଥିଲେ । ଗାଡ଼ିରୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ ।