ବି ଟାଉନରେ ଦମଦାର ଡ୍ୟାନ୍ସ ମୁଭ୍ସକୁ ନେଇ ବେଶ୍ ପରିଚିତ କ୍ୟାଟ୍ରିନା କୈଫ। କ୍ୟାଟ୍ରିନା ‘ଚିକନି ଚମେଲୀ, କାଲା ଚଷମା, ଶୀଲା କି ଜଓ୍ଵାନୀ’ ଭଳି ଗୀତରେ ଜବରଦସ୍ତ ଡ୍ୟାନ୍ସ କରିସାରିଛନ୍ତି। ଏବେ କ୍ୟାଟ୍ରିନାଙ୍କ ନୂଆ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ କ୍ୟାଟ୍ରିନା ସ୍କୁଲ ପିଲାଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।
କ୍ୟାଟ୍ରିନା କୈଫ ଲାଟେଷ୍ଟ ଭିଡିଓରେ କୌଣସି ଇଭେଣ୍ଟରେ ସ୍କୁଲ ପିଲାଙ୍କ ମଧ୍ୟରେ ଡ୍ୟାନ୍ସ କରି ଉପଭୋଗ କରୁଥିବା ନଜର ଆସିଛନ୍ତି। ସୂଚନା ମୁତାବକ, କ୍ୟାଟ୍ରିନା ମାଉଣ୍ଟେନ ବ୍ଲୁ ସ୍କୁଲର ପିଲାଙ୍କ ସହିତ ‘ମଲମ ପିତା’ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଭିଡିଓରେ ଛୋଟ ଛୋଟ ପିଲାଙ୍କ ସହିତ କ୍ୟାଟ୍ରିନା ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏହି ଡ୍ୟାନ୍ସ ଭିଡିଓରେ କ୍ୟାଟ୍ରିନା ବିଲକୁଲ୍ ସାଧାରଣ ଲୁକରେ ନଜର ଆସିଛନ୍ତି।
Actress #KatrinaKaif vibing to #ArabicKuthu with kids at mountain view school.
Never ending craze of #HalamithiHabibo.@Jagadishbliss @Nelsondilpkumar @anirudhofficial @hegdepooja @AlwaysJani @aparnaDasss pic.twitter.com/b4FFq3ngp6
— North Vijay Fans (@NorthVijayFans) September 25, 2022
କ୍ୟାଟ୍ରିନା ସାଉଥ ଇଣ୍ଡଷ୍ଟ୍ରୀର ହିଟ୍ ଗୀତ ମଲମ ପିତା ପିତା ଗୀତରେ ପିଲାଙ୍କ ସହିତ ଡ୍ୟାନ୍ସ କରୁଛନ୍ତି। ଭିଡିଓରେ ପିଲାଙ୍କ ସହିତ କ୍ୱାଲିଟି ଟାଇମ୍ ଉପଭୋଗ କରୁଛନ୍ତି କ୍ୟାଟ୍। ପିଲାଙ୍କ ସହିତ କୌଣସି ସେଲିବ୍ରିଟି ଲୁକ୍ ନୁହେଁ ବରଂ ସିମ୍ପଲ ଲୁକରେ ଡ୍ୟାନ୍ସ କରୁଛନ୍ତି କ୍ୟାଟ୍ରିନା। କ୍ୟାଟ୍ରିନାଙ୍କ ଅନ୍ଦାଜ ବହୁତ ସୁନ୍ଦର ଲାଗୁଛି।
ତାଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅକ୍ଷୟ କୁମାରଙ୍କ ସହ ୨୦୨୧ରେ ‘ସୂର୍ଯ୍ୟବଂଶୀରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲେ। ଏହା ପରେ ମନୀଶ ଶର୍ମାଙ୍କ ନିର୍ଦ୍ଦେଶିତ ‘ଟାଇଗର-୩’ରେ ସଲମାନଙ୍କ ବିପକ୍ଷରେ ତାଙ୍କୁ ଦେଖିବାକୁ ମିଳିବ। ଅପକମିଂ ଫିଲ୍ମ ‘ଫୋନ୍ ଭୂଥ’ ଏବଂ ବିଜୟ ସେତୁପତିଙ୍କ ସହ ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ‘ମେରୀ ଖ୍ରୀଷ୍ଟମାସ’ରେ ନଜର ଆସିବେ କ୍ୟାଟ୍ରିନା।