ଉତ୍ତରାଖଣ୍ଡ: ମଧ୍ୟରାତ୍ରିରେ ଥରିଲା ଉତ୍ତରକାଶୀ । ବିଳମ୍ବିତ ରାତି ପ୍ରାୟ ୧ଟା ୫୦ରେ ଉତ୍ତରାଖଣ୍ଡ ଉତ୍ତରକାଶୀରେ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ୩.୧ ତୀବ୍ରତାରେ କମ୍ପି ଉଠିଥିଲା ଭୂମି । ଭୂମିଠାରୁ ୫ କିଲୋମିଟର ଗଭୀରରେ ଏହାର କେନ୍ଦ୍ରସ୍ଥଳ ରହିଥିବା ଜଣାଯାଇଛି ।
ଏପଟେ ସୌଭାଗ୍ଯବଶତଃ ଭୂମିକମ୍ପର ତିବ୍ରତା କମ୍ ରହିଥିବାରୁ ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ଏହାସହ କୌଣସି ବଡ଼ ଧରଣର କ୍ଷୟକ୍ଷତି ମଧ୍ଯ ହୋଇନାହିଁ । ଏହା ପୂର୍ବରୁ ଉତ୍ତରାଖଣ୍ଡ ଥେରିରେ ନଭେମ୍ବର ୬ରେ ୪.୫ ତିବ୍ରତାରେ ଭୂମିକମ୍ପ ହୋଇଥିଲା ।
Earthquake of Magnitude:3.1, Occurred on 19-12-2022, 01:50:05 IST, Lat: 30.68 & Long: 78.68, Depth: 5 Km ,Location: 24km ESE of Uttarkashi, Uttarakhand, India for more information Download the BhooKamp App https://t.co/ZgTTyLl7KF@Indiametdept @ndmaindia @Dr_Mishra1966 @Ravi_MoES pic.twitter.com/PwvR0NqPlB
— National Center for Seismology (@NCS_Earthquake) December 18, 2022
ଗତକାଲି ଭୂକମ୍ପରେ ଥରିଥିଲା ନେପାଳ :
ସୂଚନା ମୁତାବକ, ଗତ ଶନିବାର ଭୂମିକମ୍ପରେ ଥରିଥିଲା ନେପାଳ । ରାତି ୧୦ଟା ୫୩ ମିନିଟ୍ରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଫଳରେ ଲୋକେ ଭୟଭୀତ ହୋଇଯାଇଥିଲେ। ଏପରିକି କିଛି ଲୋକେ ଭୟରେ ଘରୁ ବାହାରୁ ଚାଲି ଆସିଥିଲେ। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ କାଠମାଣ୍ଡର ପଶ୍ଚିମରୁ ୫୦ କିଲୋମିଟର ଦୂରରେ ଥିବା ଧାଣ୍ଡିଗ ଜିଲ୍ଲାରେ ଥିବା ବୈଜ୍ଞାନିକମାନେ କହିଛନ୍ତି।