ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୂକମ୍ପ, ୩.୧ ତୀବ୍ରତାରେ ଥରିଲା ସାରା ଅଞ୍ଚଳ

ଉତ୍ତରାଖଣ୍ଡ: ମଧ୍ୟରାତ୍ରିରେ ଥରିଲା ଉତ୍ତରକାଶୀ । ବିଳମ୍ବିତ ରାତି ପ୍ରାୟ ୧ଟା ୫୦ରେ ଉତ୍ତରାଖଣ୍ଡ ଉତ୍ତରକାଶୀରେ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ୩.୧ ତୀବ୍ରତାରେ କମ୍ପି ଉଠିଥିଲା ଭୂମି । ଭୂମିଠାରୁ ୫ କିଲୋମିଟର ଗଭୀରରେ ଏହାର କେନ୍ଦ୍ରସ୍ଥଳ ରହିଥିବା ଜଣାଯାଇଛି ।

ଏପଟେ  ସୌଭାଗ୍ଯବଶତଃ ଭୂମିକମ୍ପର ତିବ୍ରତା କମ୍ ରହିଥିବାରୁ ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ଏହାସହ କୌଣସି ବଡ଼ ଧରଣର କ୍ଷୟକ୍ଷତି ମଧ୍ଯ ହୋଇନାହିଁ । ଏହା ପୂର୍ବରୁ ଉତ୍ତରାଖଣ୍ଡ ଥେରିରେ ନଭେମ୍ବର ୬ରେ ୪.୫ ତିବ୍ରତାରେ ଭୂମିକମ୍ପ ହୋଇଥିଲା ।

ଗତକାଲି ଭୂକମ୍ପରେ ଥରିଥିଲା ନେପାଳ :

ସୂଚନା ମୁତାବକ, ଗତ ଶନିବାର ଭୂମିକମ୍ପରେ ଥରିଥିଲା ନେପାଳ । ରାତି ୧୦ଟା ୫୩ ମିନିଟ୍‌ରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଫଳରେ ଲୋକେ ଭୟଭୀତ ହୋଇଯାଇଥିଲେ। ଏପରିକି କିଛି ଲୋକେ ଭୟରେ ଘରୁ ବାହାରୁ ଚାଲି ଆସିଥିଲେ। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ କାଠମାଣ୍ଡର ପଶ୍ଚିମରୁ ୫୦ କିଲୋମିଟର ଦୂରରେ ଥିବା ଧାଣ୍ଡିଗ ଜିଲ୍ଲାରେ ଥିବା ବୈଜ୍ଞାନିକମାନେ କହିଛନ୍ତି।

କାଠମାଣ୍ଡୁ ଓ ଏହାର ଆଖପାଖ ଜିଲ୍ଲରେ ହିଁ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ କି କେହି ମୃତାହତ ହୋଇନାହାନ୍ତି। ଏହା ପୂର୍ବରୁ ମଧ୍ୟ ନେପାଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ତେବେ ଏଥିରେ ମଧ୍ୟ କୌଣସି କ୍ଷୟକ୍ଷତି ହୋଇନଥିଲା।
Leave A Reply

Your email address will not be published.