ସାବଧାନ୍ ! ଭୁଲରେ ବି ଦାନ କରନ୍ତୁ ନାହିଁ ଏସବୁ ଜିନିଷ, ନଚେତ୍ ଓଲଟା ହେବ ଫଳ

ଆମେ ଆମ ଧର୍ମର ସଠିକ୍ ପାଳନ ଦାନ ମାଧ୍ୟମରେ ହିଁ କରିପାରୁ । ଆଉ ଆମ ଜୀବନର ସମସ୍ତ ସମସ୍ୟାରୁ ମୁକ୍ତି ପାଇଥାଉ । ଆୟୁ ରକ୍ଷା ଏବଂ ସ୍ବାସ୍ଥ୍ୟ ପାଇଁ ଦାନକୁ ଅମୋଘ ଅସ୍ତ୍ର ବୋଲି କୁହାଯାଏ । ଜୀବନର ଅନ୍ୟ ସମସ୍ୟାରୁ ମୁକ୍ତି ପାଇବାରେ ପାଇଁ ମଧ୍ୟ ଦାନର ବିଶେଷ ମହତ୍ବ ରହିଛି । ଗ୍ରହ ପୀଡାରୁ ମୁକ୍ତି ପାଇବା ପାଇଁ ମଧ୍ୟ ଦାନ ଲାଭଦାୟକ ହୋଇଥାଏ । ଭିନ୍ନ ଭିନ୍ନ ବସ୍ତୁର ଦାନ ଭିନ୍ନ ଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ । ହେଲେ କିଛି ଚିନ୍ତା ନକରି ଭୁଲ୍ ଜିନିଷ ଦାନ କରିଦେଲେ ଖୁବ୍ କ୍ଷତି ହୋଇଥାଏ । ଭଲ ଗ୍ରହ ବି ଖରାପ ପରିଣାମ ଦେଇଥାନ୍ତି ।

କେଉଁ ଜିନିଷ ଦେଲେ କେଉଁ ଲାଭ ମିଳିଥାଏ :

ଅନ୍ନ ଦାନ :

ଅନ୍ନ ଦାନ କଲେ ଜୀବନରେ ଅନ୍ନର ଅଭାବ ରହେ ନାହିଁ । ତେବେ ଅନ୍ନଦାନ ରୋଷେଇ ନକରି ଦେଲେ ଅଧିକ ଭଲ ହୋଇଥାଏ ।

ଧାତୁ ଦାନ :

ବିଶେଷ ଦଶାରେ ଧାତୁର ଦାନ କରନ୍ତୁ ।ଏହି ଦାନ ସେହି ବ୍ୟକ୍ତିକୁ କରନ୍ତୁ ଯିଏ ଦାନ କରାଯାଉଥିବା ବସ୍ତୁର ପ୍ରୟୋଗ କରିବ । ଧାତୂଦାନ କଲେ ଆସିଥିବା ବିପତ୍ତି ଟଳିଯିବ ।

ବସ୍ତ୍ରଦାନ :

ବସ୍ତ୍ର ଦାନ କଲେ ଆର୍ଥିକ ସ୍ଥିତି ସର୍ବଦା ଉତ୍ତମ ରହିଥାଏ । ସେହି ସ୍ତରର ବସ୍ତ୍ର ଦାନ କରନ୍ତୁ ଯେଉଁ ସ୍ତରର ବସ୍ତ୍ର ଆପଣ ପରିଧାନ କରୁଛନ୍ତି । ଚିରା, ଫଟା ଏବଂ ପୁରୁଣା ବସ୍ତ୍ର କେବେ ଦାନ କରନ୍ତୁ ନାହିଁ ।

କେଉଁ ରାଶିର ଲୋକ କେଉଁ ଜିନିଷ ଦାନ କରିବା ଉଚିତ୍ :

ମେଷ : ସୂର୍ଯ୍ୟ ଏବଂ ମିଠା ଜିନିଷ ଦାନ କରନ୍ତୁ ନାହିଁ ।

ବୃଷ : ଶନି ଏବଂ ଲୁହା ଦାନ କରନ୍ତୁ ନାହିଁ ।

ମିଥୁନ : ଶୁକ୍ର ଏବଂ ସବୁଜ ଜିନିଷ ଦାନ କରନ୍ତୁ ନାହିଁ ।

କର୍କଟ : ଚନ୍ଦ୍ରମା ଏବଂ ସୁନା ଦାନ କରନ୍ତୁ ନାହିଁ ।

ସିଂହ : ମଙ୍ଗଳ ଏବଂ ଭୂମି କିମ୍ବା ମାଟି ଦାନ କରନ୍ତୁ ନାହିଁ ।

କନ୍ୟା : ବୁଧ ଏବଂ କ୍ଷୀର ଦାନ କରନ୍ତୁ ନାହିଁ ।

ତୁଳା : ଶନି ଏବଂ କଳା ଜିନିଷ ଦାନ କରନ୍ତୁ ନାହିଁ ।

ବିଛା : ମଙ୍ଗଳ ଏବଂ ହଳିଦିଆ ଜିନିଷ ଦାନ କରନ୍ତୁ ନାହିଁ ।

ଧନୁ : ସୂର୍ଯ୍ୟ ଏବଂ ମିଠା ଜିନିଷ ଦାନ କରନ୍ତୁ ନାହିଁ ।

ମକର : ଶୁକ୍ର ଏବଂ ତେଲ ଜିନିଷ କେବେ ବି ଦାନ କରନ୍ତୁ ନାହିଁ ।

କୁମ୍ଭ : ଶନି ଏବଂ ସବୁଜ ଜିନିଷ ଦାନ କରନ୍ତୁ ନାହିଁ ।

ମୀନ : ମଙ୍ଗଳ ଏବଂ ଲାଲ୍ ରଙ୍ଗର ଜିନିଷ କାହାକୁ ବି ଦାନ କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.