ବାଇକ୍ ଓ ଟାଭେରା ଚକ ଫାଟି ଘଟିଲା ସିରିଜ୍ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୧୫ରୁ ଅଧିକ ଆହତ
ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ର ଏକ ଇଞ୍ଜିନିୟରିଂ କଲେଜ ନିକଟରେ ଦୁର୍ଘଟଣା ଘଟିଛି । ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ପୁରୀ(କେନ୍ୟୁଜ୍): ଫାଟିଲା ବାଇକ୍ ଓ ଟାଭେରା ଚକ । ଅଟୋ ସହ ବାଡେଇ ହେବାରୁ ୩ଜଣଙ୍କ ମୃତ୍ୟୁ ହୋଇଛି। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ର ଏକ ଇଞ୍ଜିନିୟରିଂ କଲେଜ ନିକଟରେ ଦୁର୍ଘଟଣା ଘଟିଛି । ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଟ୍ରାଭେରା ଓ ବାଇକ୍ କୋଣାର୍କ ଅଭିମୁଖେ ଯାଉଥିବାବେଳେ ଅଟୋଟି ପୁରୀ ଅଭିମୁଖେ ଯାଉଥିଲା । ଉଭୟ ଟାଭେରା ଓ ବାଇକ୍ ଚକ ଫାଟିଯିବାରୁ ଅଟୋ ସହ ବାଡେଇ ହୋଇଥିଲେ । ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଛି।