ମଙ୍ଗଳ ଗ୍ରହରେ ଅଛି ଜଳ, ସ୍ପଷ୍ଟ କଲା ନାସା

କେନ୍ୟୁଜ୍(ବ୍ୟୁରୋ):  ମଙ୍ଗଳ ଗ୍ରହରେ ଜୀବନ ଆଶା ବଢ଼ିଲା । ଆମେରିକାର ପ୍ରତିରକ୍ଷା ଗବେଷଣ ସଂସ୍ଥା ନାସା ଗବେଷଣାରୁ ମିଳିଛି ବଡ଼ ପ୍ରମାଣ । ଲୋହିତ ଗ୍ରହରେ ଜଳର ଅବସ୍ଥିତି ନେଇ ସ୍ପଷ୍ଟ କରିଛି ନାସା । ଏଦିଗରେ ବହୁ ଦିନରୁ ଗବେଷଣା ଚାଲିଥିବା ବେଳେ ନାସା ରୋଭର ସ୍ପଷ୍ଟ କରିଛି । ମଙ୍ଗଳ ପୃଷ୍ଠରେ ଜଳ ଥିବା ନେଇ ସ୍ନାପସର୍ଟ ପଠାଇବା ପରେ ଜୀବସତ୍ତା ନେଇ ଆଶା ସଞ୍ଚାର ହୋଇଛି । ଗୋଟିଏ ଦଶନ୍ଧିରୁ ଅଧିକ ସମୟ ହେବ ଲୋହିତ ଗ୍ରହକୁ ଅନୁଧ୍ୟାନ କରି ଆସୁଛି ରୋଭର ।

ମଙ୍ଗଳ ପୃଷ୍ଠର ବିଭିନ୍ନ ଅଞ୍ଚଳରେ ବିଚରଣ କରୁଥିବା ବେଳେ ନାସା ଦ୍ୱାରା ନାମକରଣ କରାଯାଇଥିବା ସଲଫେଟ୍‌ ବିୟରିଂ ୟୁନିଟ ଅଞ୍ଚଳରେ ପ୍ରବେଶ କରିଥିଲା । ସେଠାରେ ଜଳ ଆସ୍ତରଣ ଭଳି ଆକାର ଠାବ କରିଥିଲା ରୋଭର । ଏଭଳି ଏକ ହ୍ରଦ କୋଟି କୋଟି ବର୍ଷ ତଳେ ମଙ୍ଗଳ ଗ୍ରହରେ ରହିଥିଲା ବୋଲି ନାସା ବୈଜ୍ଞାନିକ ଅନୁମାନ କରିଥିଲେ । ଏବେ ଜଳର ଅବସ୍ଥିତି ସ୍ପଷ୍ଟ ହୋଇଛି । ନାସା ବୈଜ୍ଞାନିକ କହିଛନ୍ତି, ଜଳ ଓ ତରଙ୍ଗର ଏହା ହେଉଛି ସର୍ବୋତ୍ତମ ପ୍ରମାଣ । ଯାହାକୁ ପୂରା ମଙ୍ଗଳ ମିଶନରେ ଏତ ବଡ଼ ପ୍ରମାଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.