Below header

୧୦ ମାସ ପରେ ଜେଲରୁ ମୁକୁଳିବେ ନବଜୋତ ସିଂ ସିଦ୍ଧୁ, ଜେଲରୁ ବାହାରି ଗଣମାଧ୍ୟମ ସହିତ କଥା ହେବେ

ପଟିୟାଲା ସେଣ୍ଟ୍ରାଲ ଜେଲରେ ୧୦ମାସ ସଜା କାଟିବା ପରେ ଆଜି ମୁକୁଳିବେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ଗତବର୍ଷ ମେରେ ରାସ୍ତାରୋକ ମାମଲାରେ ସୁପ୍ରିମକୋର୍ଟ ଜଣାଇଲେ ଦଣ୍ଡାଦେଶ ।

କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ୧୦ ମାସ ପରେ ଆଜି ଜେଲରୁ ବାହାରିବେ । ଗତ ବର୍ଷ ମେ ୧୯ ରେ ସୁପ୍ରିମକୋର୍ଟ ତାଙ୍କୁ ରାସ୍ତାରୋକ ମାମଲାରେ ଦଣ୍ଡାଦେଶ ଶୁଣାଇଥିଲେ । ଜେଲରୁ ମୁକୁଳିବା ପରେ ସିଦ୍ଧୁ ଗଣମାଧ୍ୟମ ସହିତ କଥା ହେବେ । ସିଦ୍ଧୁଙ୍କ ପରିବାର ସଦସ୍ୟ ଏବଂ ଓକିଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ତେବେ ସିଦ୍ଧୁ (୫୯) ଙ୍କୁ ମୁକ୍ତ କରାଯାଉଥିବା କୌଣସି ସରକାରୀ ନିଶ୍ଚିତତା ନାହିଁ। ୧୯୮୮ରେ ରାସ୍ତାରୋକ ମାମଲାରେ ସିଦ୍ଧୁଙ୍କୁ ୧ ବର୍ଷ ଯାଏଁ ଦଣ୍ଡାଦେଶ ଶୁଣାଯାଇଥିଲା ।

ଏହି ମାମଲା ପରେ ପୂର୍ବତନ କଂଗ୍ରେସ ପଞ୍ଜାବ ୟୁନିଟ୍ ମୁଖ୍ୟ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ ଯାହା ପରେ ତାଙ୍କୁ ଗତ ବର୍ଷ ମେ ୨୦ ରେ ଜେଲ ପଠାଯାଇଥିଲା। ସୁପ୍ରିମକୋର୍ଟ ତାଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ।
ସିଦ୍ଧୁଙ୍କ ଓକିଲ ଏଚ୍ପି ଭର୍ମା ଶୁକ୍ରବାର ଦିନ କହିଛନ୍ତି ଯେ, ନବଜୋତ ସିଦ୍ଧୁଙ୍କ ପରିବାର ପଟିଆଲା ଜେଲରୁ ମୁକ୍ତ ହେବା ସମ୍ପର୍କରେ ଅଧିକାରୀଙ୍କଠାରୁ ସୂଚନା ପାଇଛନ୍ତି। ତେବେ ସିଦ୍ଧୁଙ୍କ ପୁଅ କରଣ ସିଦ୍ଧୁ କହିଛନ୍ତି ଯେ ତାଙ୍କ ପିତାଙ୍କ ମୁକ୍ତି ସମ୍ପର୍କରେ ସମ୍ପୃକ୍ତ ଅଧିକାରୀଙ୍କଠାରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ୧୯୮୮, ଡିସେମ୍ବର ୨୭ ତାରିଖରେ ସିଦ୍ଧୁ ନିଜ ସାଙ୍ଗଙ୍କ ସହିତ ପଟିୟାଲାର ଶେରାବାଲେ ଗେଟ୍‌ ମାର୍କେଟରେ ପହଞ୍ଚିଥିଲେ । ଏହି ମାର୍କେଟରେ କାର ପାର୍କିଂକୁ ନେଇ ୬୫ ବର୍ଷୀୟ ବୃଦ୍ଧଙ୍କ ସହିତ ସିଦ୍ଧୁଙ୍କର ପାଟିତୁଣ୍ଡ ହୋଇଥିଲା । ସିଦ୍ଧୁ ସେତେବେଳେ ବୃଦ୍ଧ ଜଣକୁ ମାରି ତଳେ ପକାଇ ଦେଇଥିଲେ । ଆଉ ହସପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ରିପୋର୍ଟରେ ବୃଦ୍ଧଙ୍କର ମୃତ୍ୟୁ ହାର୍ଟଆଟାକ ଯୋଗୁଁ ହୋଇଥିବା ସୂଚନା ମିଳିଥିଲା। କିନ୍ତୁ ସେହିଦିନ ଠାରୁ ସିଦ୍ଧୁ ଏବଂ ତାଙ୍କ ବନ୍ଧୁଙ୍କ ନାମରେ ହତ୍ୟା ଅଭିଯୋଗ ମାମଲା ଦାଏର ହୋଇଥିଲା ।

ଏହି ମାମଲାରୁ ତଳ କୋର୍ଟରୁ ସୁପ୍ରିମ କୋର୍ଟକୁ ନିଆଯାଇଥିଲା । ୧୯୯୯ରେ ସେସନ କୋର୍ଟ କେସ୍‌କୁ ଖାରଜ କରିଥିଲେ । ଏହା ପରେ ମାମଲା ହାଇକୋର୍ଟ ଏବଂ ପରେ ସୁପ୍ରିମ କୋର୍ଟରେ ମାମଲା ପହଞ୍ଚିିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.