ମାଷ୍ଟରସେଫ୍‌ ଇଣ୍ଡିଆ ସିଜିନ ୭ ଟାଇଟଲ ଜିତିଲେ ଆସାମର ନୟନଜ୍ୟୋତି

ବାପା କେବେ ବି ଚାହୁଁନଥିଲେ ପୁଅ କୁକିଂ କରୁ । କିନ୍ତୁ ଆଜି ମାଷ୍ଟରସେଫ୍‌ ଇଣ୍ଡିଆ ସିଜିନ ୭ର ବିଜେତା ହୋଇଛନ୍ତି ଆସାମର ନୟନଜ୍ୟୋତି ସେକିୟା । ଟ୍ରଫି ସହିତ ଜିତିଛନ୍ତି ୨୫ ଲକ୍ଷ ଟଙ୍କା । ନିଜର ଏକ ରେଷ୍ଟୁରାଣ୍ଟ ଖୋଲିବାକୁ ଇଚ୍ଛା ରଖିଛନ୍ତି ନୟନଜ୍ୟୋତି

ମାଷ୍ଟରସେଫ୍‌ ଇଣ୍ଡିଆ ସିଜିନ ୭ରେ ବିଜେତା ହୋଇଛନ୍ତି ନୟନଜ୍ୟୋତି ସୋକିୟା । ଆସାମର ନୟନଜ୍ୟୋତି ଟ୍ରଫି ନିଜ ନାମକରେ କରିଛନ୍ତି । ନୟନଜ୍ୟୋତିଙ୍କୁ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ମିଳିଛି । ଜାନୁଆରୀ ୨ ତାରିଖରୁ ଆରମ୍ଭ ହୋଇଥିବା ଶୋରେ ଜଜ୍‌ ଭାବେ ବିକାଶ ଖାନା, ଗରିମା ଆରୋଡା ଏବଂ ରଣବୀର ବ୍ରାର ନଜର ଆସିଥିଲେ ।

ମାଷ୍ଟରସେଫ ଇଣଆର ୭ମ ସଂସ୍କରଣରେ ମୋଟ ୩୬ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ପରବର୍ତ୍ତୀ ସମୟରେ ଟପ-୧୬ ଓ ଟପ-୭ ଜଣଙ୍କୁ ସିଲେକ୍ଟ କରାଯାଇଥିଲା । ଏମାନଙ୍କ ମଧ୍ୟରେ ଟପ୍‌ ୩ ଜଣଙ୍କ ମଧ୍ୟରେ ରହିଥିଲେ ନୟନଜ୍ୟୋତି ସାନ୍ତା ସରମାହ ଏବଂ ସୁବର୍ଣ୍ଣା ବାଗୁଲ । ଏହି ସିଜିନର ପ୍ରଥମ ରନର-ଅପ ଅସମର ସାନ୍ତା ସରମାହ ହୋଇଥିବା ବେଳେ ମୁମ୍ବାଇର ସୁବର୍ଣ୍ଣା ବାଗୁଲ ଦ୍ୱିତୀୟ ରନର-ଅପ ହୋଇଥିଲେ । ଦୁଇ ରନର-ଅପଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ବାବଦକୁ ଦିଆଯାଇଥିଲା ।

ନୟନଜ୍ୟୋତି ନିଜ ରୋଷେଇ କଳାରେ ସମସ୍ତଙ୍କ ମନ ଜିଣିନେଇଥିଲେ । ମାଷ୍ଟରସେଫ୍‌ ଟ୍ରଫି ସହିତ ଜ୍ୟାକେଟ ମଧ୍ୟ ନିଜ ନାମରେ ପିନ୍ଧିଥିଲେ ନୟନଜ୍ୟୋତି । ନୟନଜ୍ୟୋତି କେବେ ବି ସେଫ୍‌ ହୁଅନ୍ତି, ତାଙ୍କ ବାପା ଚାହୁଁନଥିଲେ । କୁକିଂରେ କୌଣସି ପ୍ରଫେସନାଲ ଟ୍ରେନିଂ ନେଇନାହାନ୍ତି ନୟନଜ୍ୟୋତି । ନିଜେ ନିଜେ ଏତେ ପ୍ରକାର ରୋଷେଇ ଶିଖିଛନ୍ତି ନୟନଜ୍ୟୋତି ବୋଲି କହିଛନ୍ତି । ତେବେ ନିଜର ରେଷ୍ଟୁରାଣ୍ଟ ଖୋଲବାକୁ ଇଚ୍ଛା ରଖିଛନ୍ତି ନୟନଜ୍ୟୋତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.