ଦୁର୍ଘଟଣାରେ ଆହତ ବୃଦ୍ଧାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଲେ ଜିଲ୍ଲାପାଳ

ସଡ଼କ ଦୁର୍ଘଟଣାରେ ଆହତ ବୃଦ୍ଧାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଇଲେ ଗଜପତି ଜ଼ିଲ୍ଲାପାଳ ଲିଙ୍ଗରାଜ ପଣ୍ଡା। ଦେଲେ ମାନବିକତାର ପରିଚୟ ।

ମୋହନା(କେନ୍ୟୁଜ):  ସଡ଼କ ଦୁର୍ଘଟଣାରେ ଆହତ ବୃଦ୍ଧାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଇଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା। ଦେଲେ ମାନବିକତାର ପରିଚୟ । ସୂଚନା ଥାଉକି, ଆଜି ସକାଳ ୧୦ଟା ସମୟରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା 5Tରେ ନିର୍ମାଣାଧିନ ସ୍କୁଲ କାର୍ଯ୍ୟ ତଦାରଖ କରିବା ପାଇଁ ଲୁହାଗୁଡ଼ି ଅଭିମୁଖେ ଯାଉଥିଲେ।

ସେହି ସମୟରେ ମୋହନା ନିକଟସ୍ଥ କେନ୍ଦୁଘଟି ଠାରେ ଏକ ବସ୍ କୁ ଓଭରଟେକ୍ କରୁଥିବା ସମୟରେ ଏକ କାର୍ ଏବଂ ଯାଇଲୋ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଦୁର୍ଘଟଣାରେ କୋରାପୁଟ ରୁ କଟକ ଚୌଦ୍ୱାର ଅଭିମୁଖେ ଅଲ୍ଟୋ କାର୍ ଯୋଗେ ଯାଉଥିବା ବୃଦ୍ଧା ବାସନ୍ତୀ ସେଠୀ ଆହତ ହୋଇଥିଲେ।

ଘଟଣା ସ୍ଥଳରେ ଉପସ୍ଥିତ ଜିଲ୍ଲାପାଳ ସଙ୍ଗେସଙ୍ଗେ ଆହତ ବୃଦ୍ଧାଙ୍କୁ ମୋହନା ବିଡିଓଙ୍କ ସରକାରୀ ଗାଡି ଯୋଗେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ବାସନ୍ତୀଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ ପଠାଯାଇଛି। ଜ଼ିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ।

Leave A Reply

Your email address will not be published.