Below header

ବ୍ୟାଡମିଣ୍ଟନ ଷ୍ଟାର ସାତ୍ତ୍ୱିକ ସାଇରାଜ ରଚିଲେ ଗିନିଜ ଓ୍ଵାର୍ଲ୍ଡ ରେକର୍ଡ, ଘଣ୍ଟାପ୍ରତି ୫୬୫ କିମି ସ୍ପିଡରେ ମାରିଲେ ସ୍ମାସ୍‌ ସଟ୍‌

ଭାରତୀୟ ଷ୍ଟାର ଖେଳାଳି ସାତ୍ତ୍ୱିକ ସାଇରାଜ ରାଙ୍କରେଡ୍ଡୀ ଘଣ୍ଟାପ୍ରତି ୫୬୫ କିମି ସ୍ପିଡରେ ସ୍ମାସ୍‌ ସଟ୍‌ ମାରି ଇତିହାସ ରଚିଛନ୍ତି । ସେ ନିଜ ନାମ ଗିନିଜ ଓ୍ଵାଲର୍ଡ ରେକର୍ଡରେ ଲେଖିଛନ୍ତି ।

ଭାରତୀୟ ଷ୍ଟାର ଖେଳାଳି ସାତ୍ତ୍ୱିକ ସାଇରାଜ ରାଙ୍କରେଡ୍ଡୀ ବ୍ୟାଡମିଣ୍ଟନରେ ରେକର୍ଡ କରିଛନ୍ତି । ସାଇରାଜ ୫୬୫ କିମି ପ୍ରତି ଘଣ୍ଟା ସ୍ପିଡରେ ସ୍ମାସ୍‌ ସଟ୍‌ ମାରି ଗିନିଜ ଓ୍ଵାଲର୍ଡ ରେକର୍ଡ କରିଛନ୍ତି । ଇଣ୍ଡୋନେସିଆ ଓପନ ସୁପର ୧୦୦୦ ଟାଇଟଲ ଜିତିଥିବା ସାଇରାଜ ଚିରାଗ ସେଟ୍ଟୀଙ୍କ ସହିତ ମିଶି ଖେଳୁଥିଲେ । ୨୦୨୧ରେ ମାଲେସିଆର ଟେନ ବୁନ ହିୟାଙ୍ଗଙ୍କ ରେକର୍ଡ ୪୯୩ ଘଣ୍ଟାପ୍ରତି ସ୍ପିଡ ରେକର୍ଡକୁ ଭାଙ୍ଗିଛନ୍ତି ସାଇରାଜ ।

ସାତ୍ତ୍ୱିକଙ୍କ ସ୍ମାସ ସଟ୍‌ କୌଣସି ଫର୍ମୁଲା କାର ସ୍ପିଡ ଠାରୁ ଅଧିକ ଥିଲା । ଫର୍ମୁଲା କାର୍‌ ଘଣ୍ଟା ପ୍ରତି ୩୭୨ କିମି ଯାଉଥିବା ବେଳେ ସାତ୍ତ୍ୱିକଙ୍କ ସ୍ମାସ୍‌ ସଟ୍‌ ସ୍ପିଡ ୫୬୫ କିମି ଘଣ୍ଟାପ୍ରତି ରହିଥିଲା । ସେହିପରି ମହିଳା ବର୍ଗରେ ବ୍ୟାଡମିଣ୍ଟନରେ ସବୁଠାରୁ ଅଧିକ ସ୍ମାସ୍‌ ହିଟ୍‌ କରିଥିବା ଟେନ ପିୟର୍ଲିଙ୍କ ନାଁ ରହିଛି । ସେ ଘଣ୍ଟାପ୍ରତି ୪୩୮ କିମି ସ୍ପିଡରେ ସଟ୍‌ ଲଗାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.