ଲିବ୍ୟାରେ ବାତ୍ୟା ପରେ ବନ୍ୟା ବଢ଼ାଇଛି ଦୁର୍ଦ୍ଦଶା: ୫୩୦୦ ମୃତ, ୧୦ ଲୋକ ହଜାର
ଲିବ୍ୟାରେ ବାତ୍ୟା ପରେ ପ୍ରଳୟଙ୍କରୀ ବନ୍ୟା । ପାଣିର ପ୍ରଖର ସ୍ରୋତରେ ଆପାର୍ଟମେଣ୍ଟଗୁଡ଼ିକ ବୁଡିବା ସହ ଗାଡ଼ିମଟର ରାସ୍ତାରେ ଭାସିଥିଲା। ମାଟିରେ ମିଶିଛି ଅନେକ କୋଠା। ଭୂମଧ୍ୟ ସାଗରକୁ ମୁହଁ କରିଥିବା ଏକ ବିଶାଳ ପ୍ରାଚୀର ଧସିଯିବାରୁ ବହୁ ଲୋକଙ୍କୁ ଭସାଇ ନେଇଛି ଜଳସ୍ରୋତ।
ନୂଆଦିଲ୍ଲୀ : ପୂର୍ବ ଲିବ୍ୟାରେ ବାତ୍ୟା ପରେ ପ୍ରଳୟଙ୍କରୀ ବନ୍ୟା । ମୂଷଳଧାରା ବର୍ଷାରେ ଡ୍ୟାମ ଭୁଶୁଡ଼ିବାରୁ ବନ୍ୟାରେ ୫୩୦୦ ମୃତ। ୧୦ହଜାର ଲୋକ ନିଖୋଜ। ଡ୍ୟାମ ହଠାତ ଭୁଶୁଡ଼ିବା ଫଳରେ ପୂର୍ବ ଲିବ୍ୟାର ଡେରନା ସହର ଜଳମୟ ହୋଇଥିଲା। ପାଣିର ପ୍ରଖର ସ୍ରୋତରେ ଆପାର୍ଟମେଣ୍ଟଗୁଡ଼ିକ ବୁଡିବା ସହ ଗାଡ଼ିମଟର ରାସ୍ତାରେ ଭାସିଥିଲା। ମାଟିରେ ମିଶିଛି ଅନେକ କୋଠା। ଭୂମଧ୍ୟ ସାଗରକୁ ମୁହଁ କରିଥିବା ଏକ ବିଶାଳ ପ୍ରାଚୀର ଧସିଯିବାରୁ ବହୁ ଲୋକଙ୍କୁ ଭସାଇ ନେଇଥିଲା ଜଳସ୍ରୋତ। ଡାନିଏଲ ବାତ୍ୟା ଫଳରେ ପୂର୍ବ ଲିବ୍ୟାରେ ହୋଇଥିଲା ମୂଷଳାଧାରା ବର୍ଷା। ଏହା ପରେ ଡ୍ଯାମ ଭୁଶୁଡ଼ିବା ସହ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୬୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଡେରନା ସହର ବନ୍ୟାରେ ଧ୍ବଂସସ୍ତୁପରେ ପରିଣତ ହୋଇଛି। ୨୦ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଡେରନାର ବିଭିନ୍ନ ସ୍ଥାନରେ ମୃତଦେହ ଭାସୁଥିବା ଦେଖାଯାଇଛି।
ସେଠାକାର ସ୍ଥିତି ଅତ୍ୟନ୍ତ ବିପଦପୂର୍ଣ୍ଣ ଓ ହୃଦୟ ବିଦାରକ ଥିବା ଲିବ୍ୟା ସ୍ବାସ୍ଥ୍ୟମନ୍ତ୍ରୀ ଓଥମାନ ଅବଦୁଲ ଜଲିଲ। କେବଳ ଭୂମଧ୍ୟସାଗରକୁ ଭାସି ଯାଇଥିବା ଏକହଜାରରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି। ଡେରନାରେ ସ୍ଥାନାନ୍ତର ହୋଇଥିବା ଲୋକଙ୍କୁ ସହାୟତା ପାଇଁ ରାଜଧାନୀ ତ୍ରିପୋଲିରୁ ଖାଦ୍ୟ, ଔଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀ ପଠାଯାଉଛି। ତେବେ ଅନେକ ସ୍ଥାନରେ ରାସ୍ତା ଧୋଇ ଯାଇଥିବାରୁ ସେଠାକୁ ସହାୟତା ପଠାଇବାରେ ବହୁ ବାଧା ଉପୁଜୁଛି। ରାସ୍ତା ଓ ପୋଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଏହାର ନିର୍ମାଣ ପାଇଁ ପ୍ରାୟ ୮ହଜାର କୋଟି ଟଙ୍କା ଆବଶ୍ୟକ ବୋଲି ଲିବ୍ୟାନ ଗଭର୍ଣ୍ଣମେଣ୍ଚ ଅଫ ନ୍ୟାସନାଲ ୟୁନିଟି ପକ୍ଷରୁ କୁହାଯାଇଛି।.