ଦୀପାବଳିରେ ବିକ୍ରି ପାଇଁ ଘରେ ରହିଥିଲେ ବିପୁଳ ପରିମାଣର ବିସ୍ଫୋରକ, ମାଡ଼ି ବସିଲା ବେଗୁନିଆ ପୋଲିସ

ଗତକାଲି ରାତିରେ କଣ୍ଟାବାଡ ଗାଁର ବିଶ୍ଵନାଥ ମହାପାତ୍ରଙ୍କ ଏବଂ ପ୍ରସନ୍ନ ମହାପାତ୍ରଙ୍କ ଘରେ ଚଢାଉ କରି ଏହି ସବୁ ବାଣ ଜବତ କରିଛି  ।ଜବତ ବାଣ ମଧ୍ୟରେ ବହୁ ବିସ୍ଫୋରଣକାରୀ ବାଣ ସହିତ ଶବ୍ଦ ବିହୀନ ବାଣ ରହିଛି  ।

କେନ୍ୟୁଜ୍(ବ୍ୟୁରୋ): ବେଗୁନିଆ କଣ୍ଟାବାଡ ଗାଁରୁ ବିପୁଳ ପରିମାଣର ବିସ୍ଫୋରକ ସହିତ ବାଣ ଜବତ କରିଛି ବେଗୁନିଆ ପୋଲିସ  ।ଆଗକୁ ଦୀପାବଳୀ ପାଖେଇ ଆସୁଥିବାରୁ ବେଗୁନିଆ ବ୍ଲକର ଗ୍ରାମାଞ୍ଚଳରେ ବିପୁଳ ପରିମାଣର ବାଣ ତିଆରି ହେଉଥିବା ସୂଚନା ପାଇ ବେଗୁନିଆ ପୋଲିସ ଗତକାଲି ରାତିରେ କଣ୍ଟାବାଡ ଗାଁର ବିଶ୍ଵନାଥ ମହାପାତ୍ରଙ୍କ ଏବଂ ପ୍ରସନ୍ନ ମହାପାତ୍ରଙ୍କ ଘରେ ଚଢାଉ କରି ଏହି ସବୁ ବାଣ ଜବତ କରିଛି  ।ଜବତ ବାଣ ମଧ୍ୟରେ ବହୁ ବିସ୍ଫୋରଣକାରୀ ବାଣ ସହିତ ଶବ୍ଦ ବିହୀନ ବାଣ ରହିଛି  ।

ଏଥିସହିତ ପାଞ୍ଚ ବସ୍ତା ବାଣରେ ବ୍ୟବହୃତ ବିଷ୍ପୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି । ବାଣ ପ୍ରସ୍ତୁତକାରୀ ବିଶ୍ଵନାଥ ମହାପାତ୍ର ଅଟକ ଥିବାବେଳେ ସହଯୋଗୀ ପ୍ରସନ୍ନ ମହାପାତ୍ର ଫେରାର ହୋଇଯାଇଛି  ।ତେବେ ଜବତ ବାଣର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି  ।ସୂଚନା ଗତ ତିନିବର୍ଷ ପୂର୍ବେ ପ୍ରସନ୍ନ ମହାପାତ୍ରଙ୍କ ଘରେ ବାଣ ବିସ୍ଫୋରଣ ଘଟି ବହୁ କ୍ଷୟକ୍ଷତି ହୋଇଥିଲା  ।

Leave A Reply

Your email address will not be published.