ଲୋ ବ୍ଲଡ ପ୍ରେସର ସମସ୍ୟା ଅଛି କି ? ଘରୋଇ ଉପାୟରେ ନିୟନ୍ତ୍ରଣକୁ ଆଣନ୍ତୁ ରକ୍ତ ଚାପ

ସାଧାରଣତ ସମସ୍ତଙ୍କ ଶରୀରରେ ବ୍ଲଡ ପ୍ରେସର ୧୨୦ ରୁ ୮୦ ରହିଥିଏ । ହେଲେ ଯଦି ୯୦ ରୁ ୬୦ କମ୍‌ ହୋଇଯାଏ, ତାହେଲେ ଏହାକୁ ଲୋ ବ୍ଲଡ ପ୍ରେସର ବୋଲି କୁହାଯାଏ । ଯଦି ଠିକ୍‌ ସମୟରେ ଏହାର ଚିକିତ୍ସା କରାନଯାଏ, ତାହେଲେ ହାର୍ଟ ଆଟାକ ଓ ଷ୍ଟ୍ରୋକ୍‌ ଭଳି ସମସ୍ୟା ହୋଇପାରେ ।

ବର୍ତ୍ତମାନର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଓ ବାହାର ଖାଦ୍ୟ ଯୋଗୁ ରକ୍ତ ଚାପ ର ସମସ୍ୟା ଦୃତଗତିରେ ବଢିଚାଲିଛି । ସାଧାରଣତ ସମସ୍ତଙ୍କ ଶରୀରରେ ବ୍ଲଡ ପ୍ରେସର ୧୨୦ ରୁ ୮୦ ରହିଥାଏ । ହେଲେ ଯଦି ୯୦ ରୁ ୬୦ ହୋଇଯାଏ, ତାହେଲେ ଏହାକୁ ଲୋ ବ୍ଲଡ ପ୍ରେସର ବୋଲି କୁହାଯାଏ ।

ତେବେ ଏହି ପରିସ୍ଥିତିରେ ମୁଣ୍ଡ ବୁଲାଇବା, ଆଖି ସାମ୍ନାରେ ଅନ୍ଧାର ହୋଇଯିବା, ମୁଣ୍ଡ ବିନ୍ଧାବା, ବାନ୍ତି, ଥକା ଲାଗିବା ଓ ଦୁର୍ବଳତା ଲାଗିବା ଭଳି ଲକ୍ଷଣ ଦେଖାଯାଇଥାଏ । ଯଦି ଠିକ୍‌ ସମୟରେ ଏହାର ଚିକିତ୍ସା କରାନଯାଏ, ତାହେଲେ ହାର୍ଟ ଆଟାକ ଓ ଷ୍ଟ୍ରୋକ୍‌ ଭଳି ସମସ୍ୟା ହୋଇପାରେ । ତେବେ ଏଭଳି ପରିସ୍ଥିତିରେ କିଛି ଆୟୁର୍ବେଦିକ ଉପଚାର ଲୋ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିପାରେ ।

ଲୋ ବ୍ଲଡ ପ୍ରେସରକୁ ଆୟୁର୍ବେଦିକ ଉପାୟରେ ନିୟନ୍ତ୍ରଣରେ ଆଣିପାରିବେ :

ସୈନ୍ଧବ ଲୁଣ : ଯିଦି ଆପଣଙ୍କର ଲୋ ବ୍ଲଡ ପ୍ରେସର ସମସ୍ୟା ଅଛି , ତାହେଲେ ତାକୁ ନିୟନ୍ତ୍ରଣ କରିବାକୁ ସୈନ୍ଧବ ଲୁଣ ବ୍ୟବହାର କରିପାରିବେ । ଏହା ଦ୍ୱାରା ଶରୀରରେ ପୋଟାସିୟମ୍‌ ମାତ୍ରା ଅଧିକ ବଢିଯାଏ ଏବଂ ବ୍ଲଡ ପ୍ରେସର ନିୟନ୍ତ୍ରଣରେ ରହିଥାଏ । ଯଦି ଆପଣଙ୍କ ପରିବାରରେ କାହାକୁ ଲୋ ବ୍ଲଡ ପ୍ରେସର ହୋଇଛି, ତାହେଲେ ତାଙ୍କୁ ତୁରନ୍ତ ଗୋଟିଏ ଗ୍ଲାସ୍‌ ପାଣିରେ ସୈନ୍ଧବ ଲୁଣ ମିଶାଇ ପିଇବା ପାଇଁ ଦିଅନ୍ତୁ । ଯାହାଦ୍ୱାରା ସେହି ସମୟରେ ଏଭଳି ପରିସ୍ଥିତି ନିୟନ୍ତ୍ରଣ ହୋଇପାରେ ।

ତୁଳସୀ ପତ୍ର : ଲୋ ବ୍ଲଡ ପ୍ରେସରରେ ତୁଳସୀ ପତ୍ର ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ । ତୁଳସୀ ପତ୍ରରେ ଭିଟାମିନ – ସି, ପୋଟାସିୟମ ଓ ମ୍ୟାଗ୍ନେସିୟମ ଭରପୁର ମାତ୍ରାରେ ମିଳିଥାଏ, ଯାହା ରକ୍ତ ଚାପକୁ ରେଗୁଲେଟ୍‌ କରିପାରେ । ଯଦି ହଠାତ୍‌ ଏହି ଭଳି ସମସ୍ୟା ହେଉଛି, ତାହେଲେ ତୁରନ୍ତ ସେହି ବ୍ୟକ୍ତିଙ୍କୁ ୪ ରୁ ୫ଟି ତୁଳସୀ ପତ୍ର ଖାଇବା ପାଇଁ ଦିଅନ୍ତୁ । ଯାହାଦ୍ୱାରା ଲୋ ବ୍ଲଡ ପ୍ରେସର ତୁରନ୍ତ ନିୟନ୍ତ୍ରଣ ହୋଇଯିବ ।

କିସ୍‌ମିସ୍‌ :ଲୋ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣରେ ଆଣିବା ପାଇଁ କିସ୍‌ମିସ୍‌ ଏକ ଲାଭକାରୀ ଉପାୟ ହୋଇଥାଏ । ତେବେ ରାତିରେ ୪ ରୁ ୫ କିସ୍‌ମିସ୍‌କୁ ପାଣିରେ ଭିଜାଇ ରିଖି ସକାଳୁ ଉଠି ଖାଲି ପେଟରେ ସେହି ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ଯଦି ପ୍ରତିଦିନ ଏଭଳି କରୁଛନ୍ତି, ତାହେଲେ ରକ୍ତ ଚାପ ନିୟନ୍ତ୍ରଣରେ ରହିବା ପାଇଁ ସହାୟକ ହୋଇଥାଏ ।

ଅଶ୍ୱଗନ୍ଧା : ଅଶ୍ୱଗନ୍ଧାର ବ୍ୟବହାର କରିବା ଦ୍ୱାରା ଅନେକ ପ୍ରକାରର ସମସ୍ୟାର ସମାଧାନ ମିଳିଥାଏ । ଲୋ ବ୍ଲଡ ପ୍ରେସରରେ ମଧ୍ୟ ଅଶ୍ୱଗନ୍ଧାର ସେବନ କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଓ ଲାଭକାରୀ ଗୁଣ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଗୋଟିଏ ଗ୍ଲାସ୍‌ ଗରମ ପାଣିରେ ଗୋଟିଏ ଚାମଚ ଅଶ୍ୱଗନ୍ଧା ଗୁଣ୍ଡ ମିଶାଇ ପିଇଲେ ବ୍ଲଡ ପ୍ରେସର ନିୟନ୍ତ୍ରଣ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.