Below header

ଓପୋ ଲଞ୍ଚ କଲା ଟ୍ରିପଲ୍‌ କ୍ୟାମେରା ସେଟ୍‌ଅପର ଫ୍ଲିପ୍‌ ଫୋନ୍‌, ଜାଣନ୍ତୁ କେତେ ରହିଛି ଦାମ

ନିକଟରେ ଓପୋ ଭାରତରେ ନିଜର ନୂଆ ଫ୍ଲିପ୍‌ ଫୋନ୍‌ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନକୁ ଆପଣ ଫ୍ଲିପକାର୍ଟ ଦ୍ୱାରା ପ୍ରି ବୁକ୍‌ କରିପାରିବେ । ଜାଣନ୍ତୁ କେତେ ରହିଛି ଫୋନର ଦାମ ।

ନିକଟରେ ଓପୋ ଭାରତରେ ଏକ ନୂଆ ଟ୍ରିପଲ କ୍ୟାମେରା ଫ୍ଲିପ ଫୋନ ଲଞ୍ଚ କରିଛି । ଓପୋ କମ୍ପାନୀ Oppo Find N3 Flip କୁ ଟ୍ରିପଲ କ୍ୟାମେରା ସେଟ୍‌ଅପ୍‌ ଏବଂ ୨ଟି କଲର ଅପ୍ସନରେ ଲଞ୍ଚ କରିଛି । ଏହି ଫୋନକୁ ଆପଣ ଫିଲ୍ପକାର୍ଟ ଦ୍ୱାରା ପ୍ରି ବୁକ୍‌ କରିପାରିବେ । ଏହି ସ୍ମାର୍ଟଫୋନର ୧୨GB ରାମ + ୨୫୬GB ଷ୍ଟୋରେଜର ଦାମ ୯୪,୯୯୯ ଟଙ୍କା ରହିଛି । କିନ୍ତୁ ଫେଷ୍ଟିଭାଲ୍‌ ସେଲ୍‌ରେ ଏହି ସ୍ମାର୍ଟଫୋନ ଡିସକାଉଣ୍ଟରେ ମିଳୁଛି । ଏହି ଫୋନରେ ଆପଣ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ ।

Oppo Find N3 Flip କୁ ଆପଣ ଯଦି ଆକ୍ସିସ, ଆଇସିଆସିଆଇ, କୋଟକ ମହିନ୍ଦ୍ରା ଏବଂ ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କର ଡେବିଟ କିମ୍ବା କ୍ରେଡିଟ କାର୍ଡରୁ କିଣୁଛନ୍ତି ତେବେ ଆପଣ ୬୦୦୦ ଟଙ୍କାର ଡିସକାଉଣ୍ଟ ପାଇପାରିବେ । କିଛି ବ୍ୟାଙ୍କ କାର୍ଡରେ କମ୍ପାନୀ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛି । କାର୍ଡ ଆପ୍ଲାଏ କରିବା ପରେ ହି ଆପଣ କେତେ ଡିସକାଉଣ୍ଟ ପାଇବେ ତାହା ଜାଣିପାରିବେ ।

ସ୍ପେସିଫିକେସନ:

Oppo Find N3 Flip ରେ ଆପଣଙ୍କୁ ୩.୨୬ ଇଞ୍ଚର ଆଉଟର ଡିସପ୍ଲେ ଏବଂ ୬.୮ର FHD ପ୍ଲସ ମେନ ଡିସପ୍ଲେ ୧୨୦Hr ରିଫ୍ରେସ ରେଟ ମିଳିବ । ମୋବାଇଲ ଫୋନରେ ଅକ୍ଟୋକୋର MediaTek Dimensity ୯୨୦୦ ଚିପସେଟ, ଆଣ୍ଡ୍ରଏଡ ୧୩ ସହିତ ColorOS ୧୩. ୨ ଏବଂ ଟ୍ରିପଲ କ୍ୟାମେରା ରହିଛି ।
ଏଥିରେ ୫୦MPର ୱାଇଡ ଆଙ୍ଗେଲ କ୍ୟାମେରା, ୪୮MPର ଅଲଟ୍ରା ୱାଇଡ କ୍ୟାମେରା ଏବଂ ୪୮MPର ପୋଟ୍ରେଟ କ୍ୟାମେରା ମିଳିଥାଏ । ଫ୍ରଣ୍ଟରେ ଆପଣଙ୍କୁ ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ୩୨MP ର କ୍ୟାମେରା ମିଳିବ । Oppo Find N3 Flip ରେ ୪୩୦୦ MAHର ବ୍ୟାଟେରୀ ୪୪ ୱାଟ ଫାଷ୍ଟ ଚାର୍ଜିଙ୍ଗ ସହିତ ମିଳିବ।

ଏହି ଫୋନକୁ ଆପଣ ସିଲ୍କ ବ୍ଲାକ୍‌ ଏବଂ କ୍ରିମ୍‌ ଗୋଲ୍ଡ କଲର୍‌ ଅପ୍ସନରେ କିଣିପାରିବେ । ସ୍ମାର୍ଟଫୋନର ପ୍ରଥମ ସେଲ୍‌ ୨୨ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.