ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ, ୨୦ କୋଟି ନ ଦେଲେ…
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ଅଫିସିଆଲ ଇ-ମେଲରେ ହତ୍ୟା ଧମକ ମିଳିଛି । ୨୦ କୋଟି ନ ଦେଲେ ହତ୍ୟା କରିବାକୁ ଇ-ମେଲରେ ଧମକ ଦିଆଯାଇଛି । ଏନେଇ ମୁମ୍ବାଇର ଗାମଦେବୀ ଥାନାରେ ମାମଲା ରୁଜୁ ହୋଇଛି । ଆଇପିସିର ଧାରା ୩୮୭ ଓ ୫୦୬(୨)ରେ ମାମଲା ରୁଜୁ କରି ତନାଘନା ତଦନ୍ତ କରୁଛି ପୋଲିସ ।
ଦେଶର ସବୁଠୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ଅଫିସିଆଲ ଇ-ମେଲରେ ହତ୍ୟା ଧମକ ମିଳିଛି । ୨୦ କୋଟି ନ ଦେଲେ ହତ୍ୟା କରିବାକୁ ଇ-ମେଲରେ ଧମକ ଦିଆଯାଇଛି । ଏନେଇ ମୁମ୍ବାଇର ଗାମଦେବୀ ଥାନାରେ ମାମଲା ରୁଜୁ ହୋଇଛି । ଆଇପିସିର ଧାରା ୩୮୭ ଓ ୫୦୬(୨)ରେ ମାମଲା ରୁଜୁ କରି ତନାଘନା ତଦନ୍ତ କରୁଛି ପୋଲିସ । ଗତକାଲି ଏହି ଧମକପୂର୍ଣ୍ଣ ଇମେଲ ଆସିଛି ।
ଧମକପୂର୍ଣ୍ଣ ଇ-ମେଲ ପରେ ଅମ୍ବାନୀଙ୍କ ସିକ୍ୟୁରିଟି ଇନଚାର୍ଜ ମୁମ୍ବାଇର ଗାମଦେବୀ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏଫଆଇଆର ଦାଏର କରିଛି । ଏହାର ଯାଞ୍ଚ ଚାଲିଛି । ତେବେ ଧମକ ଇ-ମେଲରେ ଲେଖାଯାଇଛି କି, IF you don’t give us 20 crore rupees, we will kill you, we have the best shooters in india । ପୋଲିସ ଧମକ ଦେଇଥିବା ଅଜଣା ବ୍ୟକ୍ତିଙ୍କ ନାମରେ ଆଇପିସି ଧାରା ୩୮୭ ଏବଂ ୫୦୬(୨) ଅଧିନରେ ମାମଲାର ଦାଏର କରି ଯାଞ୍ଚ କରୁଛି ।
Reliance Industries Chairman Mukesh Ambani received death threat on email on 27th October, threatening to shoot him if he failed to pay Rs 20 crores. Case registered under sections 387 and 506 (2) IPC in Gamdevi PS of Mumbai: Police
— ANI (@ANI) October 28, 2023