Below header

କୋଭିଡ୍‌ର ନୂଆ ଭାରିଏଣ୍ଟକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା, ଆବଶ୍ୟକ ହେଲେ ରାଜ୍ୟରେ ଜାରି ହୋଇପାରେ ଗାଇଡଲାଇନ

ପୁଣି ଡରାଇଲାଣି କରୋନା । କୋଭିଡ୍‌ର ନୂଆ ଭାରିଏଣ୍ଟକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା। ଲକ୍ଷଣ ଥିଲେ ଘରେ ନ ରହି ତୁରନ୍ତ ଟେଷ୍ଟ କରାନ୍ତୁ ବୋଲି କୁହାଯାଇଛି। ଯେଉଁମାନଙ୍କ ଥଣ୍ଡା, କାଶ, ଜ୍ୱର ପରି ଲକ୍ଷଣ ଦେଖା ଯାଉଛି ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରନ୍ତୁ ବୋଲି କୁହାଯାଉଛି ।

ଭୁବନେଶ୍ୱର (କେନ୍ୟୁଜ): ପ୍ରାୟ ତିନି ବର୍ଷ ତଳେ ଚୀନ୍‌ର ୟୁହାନ ପ୍ରଦେଶରେ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ସାରା ବିଶ୍ବ ପାଇଁ ଯେଭଳି ମୃତ୍ୟୁର ବିଭୀଷିକା ସୃଷ୍ଟି କରିଥିଲା ତାହା ବର୍ତ୍ତମାନ ସୁଦ୍ଧା ଲୋକଙ୍କ ମନରୁ ଲିଭିନଥିବା ବେଳେ ପୁଣିଥରେ ଫେରିଛି କରୋନା ମହାମାରୀ। କେତେକ ସ୍ଥାନରେ ବଢିବାରେ ଲାଗିଛି କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା । ଏ ନେଇ ଆସନ୍ତାକାଲି କୋଭିଡ ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ।

ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କେରଳ ଓ କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଯେଉଁ ନୂଆ ଭାରିଆଣ୍ଟ କଥା କୁହାଯାଉଛି, ତାହା ସମ୍ପୂର୍ଣ୍ଣ ନାଚୁରାଲ । ନୂଆ ଭାରିଏଣ୍ଟ ରାଜ୍ୟରେ ଏଯାବତ୍ ଚିହ୍ନଟ ହୋଇନି। ଲକ୍ଷଣ ଥିଲେ ଘରେ ନ ରହି ତୁରନ୍ତ ଟେଷ୍ଟ କରାନ୍ତୁ ବୋଲି କୁହାଯାଇଛି। ନୂଆ ଭାରିଏଣ୍ଟ ଚିହ୍ନଟ ହେଲେ ଜିନମ୍ ସିକ୍ୟୁଏନ୍ସ ପାଇଁ ପଠାଯିବ। କେନ୍ଦ୍ର ଗାଇଡଲାଇନ ଅନୁସାରେ ଆମେ ପ୍ରସ୍ତୁତ ଅଛୁ। କିନ୍ତୁ ଯଦି ଆବଶ୍ୟକ ପଡେ ତାହାଲେ ରାଜ୍ୟରେ ଗାଇଡ୍ଲାଇନ୍ ଜାରି ହୋଇପାରେ । ଏବେ ବି ସର୍ଭିଲାନ୍ସ ଜାରି ରହିଛି । ଯେଉଁମାନଙ୍କ ଥଣ୍ଡା, କାଶ, ଜ୍ୱର ପରି ଲକ୍ଷଣ ଦେଖା ଯାଉଛି ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରନ୍ତୁ ବୋଲି କୁହାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.