ତାମିଲନାଡୁ ବର୍ଷା ବିତ୍ପାତ : ଟ୍ରେନ ବାତିଲ ଯୋଗୁଁ ଫସିଛନ୍ତି ୮୦୦ ଯାତ୍ରୀ, ବାୟୁସେନା ଯୋଗାଉଛି ଖାଦ୍ୟ ଏବଂ ଚିକିତ୍ସା ସାମଗ୍ରୀ

ତାମିଲନାଡୁରେ ଗତ ୨ ଦିନ ହେଲାଣି ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତାମିଲନାଡୁର ଦକ୍ଷିଣ ଭାଗରେ ପ୍ରବଳ ବର୍ଷା ଯୋଗୁ ରେଲଓ୍ୱେ ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଛି । ୮୦୦ରୁ ଅଧିକ ଯାତ୍ରୀ ରେଲଓ୍ୱେ ଷ୍ଟେସନରେ ଫସି ରହିଛନ୍ତି ।

ପ୍ରବଳ ବର୍ଷା ଯୋଗୁଁ ପାଣିରେ ଉବୁଡୁବୁ ତାମିଲନାଡୁ । ଗତ ୨ ଦିନ ହେଲାଣି ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ତାମିଲନାଡୁର ଦକ୍ଷିଣ ଭାଗରେ ପ୍ରବଳ ବର୍ଷା ଯୋଗୁ ରେଲଓ୍ୱେ ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଅଧାରାସ୍ତାରେ ଅଟକି ରହିଛି ଯାତ୍ରୀବାହୀ ଟ୍ରେନ୍। ୮୦୦ରୁ ଅଧିକ ଯାତ୍ରୀ ରେଲଓ୍ୱେ ଷ୍ଟେସନରେ ଫସି ରହିଛନ୍ତି । ଏହି ଟ୍ରେନ୍ ତିରୁଚେନ୍ଦୁରରୁ ଚେନ୍ନାଇ ଯାଉଥିଲା । ପ୍ରବଳ ବର୍ଷା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି ।

ତାମିଲନାଡୁର ତୁତିକୋରିନ ଜିଲ୍ଲାର ଶ୍ରୀବୈକୁଣ୍ଠମରେ ଯାତ୍ରୀମାନେ ଫସି ରହିଛନ୍ତି । ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଥିବାରୁ କେବଳ ଲୁହା ରଡ ଓ ସିମେଣ୍ଟ ସ୍ଲାବ ଦେଖାଯାଉଛି । ଏଥିଯୋଗୁ ଟ୍ରେନ୍ ଚଳାଚଳ ଠପ୍ ହୋଇଯାଇଛି । ରେଳଯାତ୍ରୀଙ୍କୁ ରିଲିଫ ସାମଗ୍ରୀ ପହଞ୍ଚାଯାଇଛି । ଅସୁସ୍ଥ ଯାତ୍ରୀଙ୍କୁ ଭାରତୀୟ ବାୟୁସେନା ଏୟାରଲିଫ୍ଟ କରାଉଛି ।


ତାମିଲନାଡୁର ଚାରୋଟି ଜିଲ୍ଲା କନ୍ୟାକୁମାରୀ, ଥୁଥୁକୁଡି, ତେନକାସି ଓ ତିରୁନେଲବେଲି ବର୍ଷା ଯୋଗୁ ଅଧିକ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି । ଏହାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ତେବେ ଉଦ୍ଧାର କାର୍ଯ୍ୟରେ ଭାରତୀୟ ବାୟୁସେନାରେ Mi-17 V5 ହେଲିକପ୍ଟର ନିୟୋଜିତ ରହିଛି । ବାୟୁସେନାର ଥୁଥୁକୁଡି ତିରୁନେଲବେଲି ଜିଲ୍ଲାରେ ହେଲିକପ୍ଟରରୁ ଖାଇବା ଏବଂ ଚିକିତ୍ସା ପ୍ୟାକେଜ ପକାଇଯାଇଛି । ଭାରତୀୟ ବାୟୁସେନା ଥୁଥୁକୁଡିର ବାସବପ୍ପାପୁରମ ଅଞ୍ଚଳରୁ ବନ୍ୟା ପ୍ରଭାବିତ ୧୧୮ ଲୋକଙ୍କୁ ଉଦ୍ଧାର କରିଛି ।

ଦକ୍ଷିଣ ତାମିଲନାଡୁର ୪ ଜିଲ୍ଲା ତିରୁନେଲବେଲି, ଥୁଥୁକୁଡ଼ି, କନ୍ୟାକୁମାରୀ ଓ ତେନକାସୀରେ ପ୍ରବଳ ବର୍ଷା ହେଉଛି । ତେଣୁ ଏହିସବୁ ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବହୁ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ପ୍ରଭାବିତ ୪ ଜିଲ୍ଲାରେ NDRF ମୁତୟନ କରାଯାଇଛି । ଏହାସହ ଉଦ୍ଧାର କାର୍ଯ୍ୟ ପାଇଁ ୪ ହଜାର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ପ୍ରଭାବିତ ଜିଲ୍ଲାରେ ସ୍କୁଲ, କଲେଜ ଓ ଅନ୍ୟ ଅନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରଭାବିତ ଅଞ୍ଚଳରେ ରିଲିଫ କାର୍ଯ୍ୟ ଆରମ୍ଭ କରାଯାଇଛି । ତିରୁନେଲବେଲି, ଥୁଥୁକୁଡ଼ି, କନ୍ୟାକୁମାରୀ ଓ ତେନକାସୀରେ ରେଡ ଆଲର୍ଟ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.