ଘାଟିରେ ପଡ଼ିଛି ଖଣ୍ଡେ ମୃତଦେହ, ମିଳୁନି ଆଉ ଅଧେର ପତ୍ତା

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଜଣେ ବ୍ୟକ୍ତିଙ୍କ ଅଧା ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ଜଣକ ହେଲେ ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଚକାମାଲ ଗ୍ରାମର ବଜନାଥ ପୋଡ଼ଙ୍କ ପୁଅ ତୁଳସୀ ପୋଡ଼ । ତେବେ ତୁଳସୀଙ୍କ ମୃତ୍ୟୁ କେଉଁ ଅଜଣା ଗାଡି ଧକ୍କାରେ ହୋଇଥିବା ସନ୍ଦେହ କରାଯାଉଛି ।

ଉମରକୋଟ (କେନ୍ୟୁଜ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଜଣେ ବ୍ୟକ୍ତିଙ୍କ ଅଧା ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ଜଣକ ହେଲେ ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଚକାମାଲ ଗ୍ରାମର ବଜନାଥ ପୋଡ଼ଙ୍କ ପୁଅ ତୁଳସୀ ପୋଡ଼ । ତେବେ ତୁଳସୀଙ୍କ ମୃତ୍ୟୁ କେଉଁ ଅଜଣା ଗାଡି ଧକ୍କାରେ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଶରୀରର ଅଧା ଅଂଶ ରାସ୍ତା ସହିତ ମିଶି ଯାଇଥିବା ବେଳେ ଅଧା ରାସ୍ତା କଡରେ ପଡିରହିଥିବା ଦେଖିବାକୁ ମିଳିଛି । ଖବର ପାଇ ଚନ୍ଦାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

ମୃତ ତୁଳସୀ ପୋଡ଼ ଏବଂ ତାଙ୍କ ଜଣେ ସାଙ୍ଗ ଗତକାଲି ଝରିଗାଁ ଆସିଥିଲେ । ତେବେ ତୁଳସୀଙ୍କ ସାଙ୍ଗ ଝରିଗାଁରେ ରହିଯାଇଥିଲେ । ଏବଂ ତୁଳସୀ ଝରିଗାଁ ନିକଟସ୍ତ କର୍ଲାପଡା ଗ୍ରାମକୁ ନିଜ ଶଶୁର ଘରକୁ ଯାଇ ଫେରୁଥିବା ସମୟରେ କେଉଁ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଛି । ବର୍ତ୍ତମାନ ଯାଏ ତୁଳସୀଙ୍କ ଅଧା ଶରୀର କେଉଁଠି ପଡିଛି ତାହା ଠାବ ହୋଇ ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.