ସଂସଦ ସୁରକ୍ଷା ତ୍ରୁଟି ମାମଲା : ୩ଥର ରିକ୍ରିଏଟ କରାଗଲା କ୍ରାଇମ୍‌ ସିନ୍‌, ସାଗର ଏବଂ ମନୋରଂଜନ ସାଜିଲେ ପୋଲିସ କର୍ମଚାରୀ

ସଂସଦ ସୁରକ୍ଷା ତ୍ରୁଟି ମାମଲାରେ କ୍ରାଇମ ସିନ ରିକ୍ରିଏଟ । ସଂସଦ ସୁରକ୍ଷାରେ ଥିବା ଯାଞ୍ଚ ଉପକରଣ ମଧ୍ୟ ଯାଞ୍ଚ କରାଯାଇଛି । ଆଇଜି ର‍୍ୟାଙ୍କର ଅଧିକାରୀ ଏବଂ ସିକ୍ୟୁରିଟି ଜେସିପି ର‍୍ୟାଙ୍କର ଅଧିକାରୀଙ୍କ ଉପସ୍ଥିତିରେ ସିନ୍‌ ରିକ୍ରିଏସନ କରାଯାଇଥିଲା । ଖୁବଶୀଘ୍ର କମିଟି ନିଲମ୍ବିତ ହୋଇଥିବା ୮ ସୁରକ୍ଷାକର୍ମୀଙ୍କ ବୟାନ ମଧ୍ୟ ରେକର୍ଡ କରିବ ।

ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ସିଆରପିଏଫ ଡିଜିଙ୍କ ଅଧ୍ୟକ୍ଷତାରେ ଯାଞ୍ଚ କମିଟି କ୍ରାଇମ ସିନ ରିକ୍ରିଏଟ କରିଛନ୍ତି । ଖବର ମୁତାବକ, ଆଇଜି ର‍୍ୟାଙ୍କର ଅଧିକାରୀ ଏବଂ ସିକ୍ୟୁରିଟି ଜେସିପି ର‍୍ୟାଙ୍କର ଅଧିକାରୀଙ୍କ ଉପସ୍ଥିତିରେ ସିନ୍‌ ରିକ୍ରିଏସନ କରାଯାଇଥିଲା । ପୋଲିସ କର୍ମଚାରୀ ଅଭିଯୁକ୍ତ ସାଜି ସିନ୍‌ ରିକ୍ରିଏସନ କରିଥିଲେ ।

ସଂସଦ ସୁରକ୍ଷାରେ ଥିବା ସମସ୍ତ ସୁରକ୍ଷାକର୍ମୀ ନିଜ ନିଜ ସ୍ଥାନରେ ନିୟୋଜିତ ରହିଥିଲେ । ସଂସଦ ସୁରକ୍ଷାରେ ଥିବା ସୁରକ୍ଷାକର୍ମୀଙ୍କ ବୟାନ ଦାଏର ହୋଇଛି । ସଂସଦ ସୁରକ୍ଷାରେ ଥିବା ଯାଞ୍ଚ ଉପକରଣ ମଧ୍ୟ ଯାଞ୍ଚ କରାଯାଇଛି । ଖୁବଶୀଘ୍ର କମିଟି ନିଲମ୍ବିତ ହୋଇଥିବା ୮ ସୁରକ୍ଷାକର୍ମୀଙ୍କ ବୟାନ ମଧ୍ୟ ରେକର୍ଡ କରିବ ।

ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ସଂସଦର ଲୋକସଭା ଭବନରେ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଦୁଇ ଜଣ ଅଜ୍ଞାତ ଯୁବକ ଦର୍ଶକ ଗ୍ୟାଲେରୀରୁ ଡେଇଁ ଆତଙ୍କ ରଚିଥିଲେ । କିଛି ସ୍ପ୍ରେ କରିବା ସହିତ ସ୍ମୋକ ଫାୟାର ମଧ୍ୟ କରିଥିଲେ । ଏହି ଘଟଣାରେ ମୋଟ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ଲୋକସଭାରେ ୨ ଜଣ ଅଜ୍ଞାତ ଯୁବକ ଦର୍ଶକ ଗ୍ୟାଲେରୀରୁ ସାଂସଦଙ୍କ ଉପରକୁ ଡେଇଁଥିଲେ । ସେମାନେ କିଛି ସ୍ପ୍ରେ କରିବା ସହିତ ସ୍ନୋକଂ ଫାୟରିଂ କରିଥିଲେ । ଏହାପରେ ସାଂସଦମାନେ ତାଙ୍କୁ କାବୁ କରିବା ପରେ ରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ଲୁହବୁହା ଗ୍ୟାସ ପ୍ରୟୋଗ କରି ସେମାନଙ୍କୁ ଆୟତ୍ତ କରିଥିଲେ । ଆଜି ମଧ୍ୟ ସେହି ଘଟଣାରେ ସନ୍ଦିଗ୍ଧ ଯୁବକଯୁବତୀଙ୍କ ବିରୋଧରେ UAPAରେ ମାମଲା ରୁଜୁ ହୋଇଛି ।

ଦ୍ୱାଦଶ ପାସ୍ କରିଥିବା ଅଭିଯୁକ୍ତ ସାଗର ସେନାରେ ସାମିଲ ହେବାକୁ ଚାହୁଁଥିଲା । ଏଥିଲାଗି ସେ ଚେଷ୍ଟା ମଧ୍ୟ କରିଥିଲେ ହେଁ ବିଫଳ ହୋଇଥିଲା । ଏହାପରେ ସେ ବେଙ୍ଗାଲୁରୁ ଯାଇ କିଛି ବର୍ଷ ରହିଥିଲା । କିଛି ମାସ ପୂର୍ବରୁ ଘରକୁ ଫେରିଥିଲା। ନିଜର ଗୁଜରାଣ ମେଣ୍ଟାଇବାକୁ ସେ ଇ-ରିକ୍ସା ଚଳାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.