ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି ରିଷଭ ପନ୍ତ, ଆଇପିଏଲ୍‌ ୨୦୨୪ ରେ ଫେରିବାକୁ ନେଇ ଫ୍ୟାନ୍ସ କରୁଛନ୍ତି ଆଶା

ଆଇପିଏଲ୍‌ ନିଲାମ ହେବା ଗୋଟେ ଦିନ ପୂର୍ବରୁ ରିଷଭ ପନ୍ତ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ରିଷଭ ସୁସ୍ଥ ହେବା ଯାତ୍ରା, ମଇଦାନକୁ ଫେରିବା ଏବଂ ଆଇପିଏଲ ନିଲାମରେ ଭାଗ ନେବାକୁ ନେଇ ନିଜର ଉତ୍ତର ରଖିଛନ୍ତି ।

ଭାରତୀୟ ଟିମର ଓ୍ଵିକେଟ କିପର ବ୍ୟାଟର ରିଷଭ ପନ୍ତ ଏବେ ସଂପୂର୍ଣ୍ଣ ଭାବେ ଫିଟ୍‌ ହୋଇନାହାନ୍ତି । ନିଜେ ରିଷଭ ପନ୍ତ ଏହା କହିଛନ୍ତି । ଆଇପିଏଲ୍‌ ନିଲାମ ହେବା ଗୋଟେ ଦିନ ପୂର୍ବରୁ ରିଷଭ ପନ୍ତ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ରିଷଭ ସୁସ୍ଥ ହେବା ଯାତ୍ରା, ମଇଦାନକୁ ଫେରିବା ଏବଂ ଆଇପିଏଲ ନିଲାମରେ ଭାଗ ନେବାକୁ ନେଇ ନିଜର ଉତ୍ତର ରଖିଛନ୍ତି ।

ପନ୍ତ ଭିଡିଓରେ କହିଛନ୍ତି, କିଛି ମାସ ପୂର୍ବରୁ ମୁଁ ଯାହା କରୁଥିଲି, ତାକୁ ଦେଖି ଭଲ ଲାଗୁଛି । ଏପର୍ଯ୍ୟନ୍ତ ଶହେ ପ୍ରତିଶତ ରିକଭରୀ ରାସ୍ତାରେ ରହିଛି । ଆଶା କରୁଛି କିଛି ମାସ ମଧ୍ୟରେ ସଂପୂର୍ଣ୍ଣ ଫିଟ୍‌ ହୋଇ ଫେରିବି ।

ଏହି ଯାତ୍ରା ବହୁତ ଭଲ ଥିଲା । ଆମେ ଖେଳୁଥିବା ବେଳେ ଏମିତି ଲାଗୁଥାଏ କି, ଆମକୁ କେହି ଭଲପାଉ ନାହାନ୍ତି କିନ୍ତୁ କଷ୍ଟ ସମୟରେ ଲୋକମାନଙ୍କ ଭଲପାଇବା ଦେଖି ଖୁସି ଲାଗିଲା । ମୋତେ ଏହା ସୁସ୍ଥ ହେବାକୁ ମନୋବଳ ଯୋଗାଇଛି ।

ତେବେ ଦିଲ୍ଲୀ କ୍ୟାପିଟାଲ୍ସର ପୂର୍ବ ରିପୋର୍ଟ ଅନୁଯାୟୀ, ରିଷଭ ଆଇପିଏଲ୍‌ ୨୦୨୪ରେ କ୍ରିକେଟ ମଇଦାନକୁ ଫେରିଥାନ୍ତେ । ସେଥିରେ କୁହାଯାଇଥିଲା କି, ରିଷଭ ଫେବୃଆରୀ ଶେଷ ସପ୍ତାହ ବେଳକୁ ଫିଟ ହୋଇ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ଦାୟିତ୍ୱ ସମ୍ଭାଳିବେ ।

ସୂଚନାଯୋଗ୍ୟ, ରିଷଭ ପନ୍ତ ୩୦ ଡିସେମ୍ବରରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁଡକୀ ଯାଉଥିଲେ। ଡେରାଡୁନରେ ଏକ ଡିଭାଇଡରରେ ପିଟି ହୋଇଥିଲେ। ତେବେ ବଡ଼ ଅଘଟଣ ପୂର୍ବରୁ ପନ୍ତ କାରର କାଚ ଭାଙ୍ଗି ଏହା ମଧ୍ୟରୁ ଡେଇଁ ପଡ଼ିଥିଲେ। ଫଳରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ରିଷଭ କିନ୍ତୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଡାହାଣ ଗୋଡ ଆଣ୍ଠୁର ଲିଗାମେଣ୍ଟ ଭାଙ୍ଗିଯାଇଥିଲା। ଡାହାଣ ହାତ କହୁଣୀ, ପାପୁଲି ଏବଂ ଆଙ୍ଗୁଠିରେ ଆଘାତ ଲାଗିଥିଲା। ପିଠିରେ ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଥିଲା।

ତେବେ ଉତ୍ତରାଖଣ୍ଡର ମ୍ୟାକ୍ସ ହସ୍ପିଟାଲରେ ପନ୍ତଙ୍କ ପ୍ଲାଷ୍ଟିକ ସର୍ଜରୀ ସଫଳତାର ଶେଷ ହୋଇଥିଲା।। ହରିୟାଣା ରୋଡେଓ୍ଵଜର ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ପନ୍ତଙ୍କ କାର ଜଳିପୋଡି ପାଉଁଶ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.