ସ୍ୱାତୀ ମାଲିଓ୍ଵାଲ ହେବେ AAPର ରାଜ୍ୟସଭା ପ୍ରାର୍ଥୀ, ସଞ୍ଜୟ ସିଂ ମଧ୍ୟ ଜେଲ୍ରୁ ଦାଖଲ କରିବେ ନାମାଙ୍କନ
ଆମ୍ ଆଦ୍ମୀ ପାର୍ଟି (ଆପ୍) ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ଵାଲଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି। ସୁଶୀଲ କୁମାର ଗୁପ୍ତାଙ୍କ ଜାଗାରେ ମାଲିଓ୍ଵାଲଙ୍କୁ ରାଜ୍ୟସଭା ଟିକେଟ୍ ଦିଆଯାଇଛି।
ଆମ୍ ଆଦ୍ମୀ ପାର୍ଟି (ଆପ୍) ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ଵାଲଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି। ସୁଶୀଲ କୁମାର ଗୁପ୍ତାଙ୍କ ଜାଗାରେ ମାଲିଓ୍ଵାଲଙ୍କୁ ରାଜ୍ୟସଭା ଟିକେଟ୍ ଦିଆଯାଇଛି। ପାର୍ଟି ପୁଣିଥରେ ନିଜ ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଉପରେ ଭରସା କରିଛି। ସଞ୍ଜୟ ସିଂ ଆପ୍ରୁ ପୁଣିଥରେ ନାମାଙ୍କନ ଭରିବେ, ଅର୍ଥାତ୍ ସେ ଜେଲ୍ରୁ ମଧ୍ୟ ନିର୍ବାଚନ ଲଢ଼ିପାରିବେ।
ଆପ୍ର ବରିଷ୍ଠ ନେତା ସଞ୍ଜୟ ସିଂଙ୍କ ବ୍ୟତୀତ ଏନ୍ଡି ଗୁପ୍ତାଙ୍କୁ ମଧ୍ୟ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି। ଦଳ ସୁଶୀଲ କୁମାର ଗୁପ୍ତାଙ୍କ ଜାଗାରେ ସ୍ୱାତୀ ମାଲିଓ୍ଵାଲଙ୍କୁ ଟିକେଟ୍ ଦେଇଛି। ଦଳ ଦାବି କରିଛି ଯେ ସୁଶୀଲ କୁମାର ହରିୟାଣାର ନିର୍ବାଚନୀ ରାଜନୀତିରେ ନିଜକୁ ସମ୍ପୂର୍ଣ୍ଣ ରୂପେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।
କହି ରଖୁଛୁ, ଜାନୁୟାରୀ ୧୯ରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାରି ଭିତରେ କୋର୍ଟ ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ଜେଲ୍ରୁ ରାଜ୍ୟସଭା ପାଇଁ ନାମାଙ୍କନ ଭରିବାକୁ ଅନୁମତି ଦେଇଛନ୍ତି। ତେବେ ଏହି ଦସ୍ତାବିଜ୍ରେ ଦସ୍ତଖତ କରିବା ନେଇ ସଞ୍ଜୟ ସିଂଙ୍କ ଅନୁରୋଧକୁ ଇଡି ପକ୍ଷରୁ କୌଣସି ବିରୋଧ କରାଯାଇ ନାହିଁ।
ସଞ୍ଜୟଙ୍କ ତରଫରୁ କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା, ଯେଉଁଥିରେ କୁହାଯାଇଥିଲା କି, ତାଙ୍କୁ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ରରେ ଦସ୍ତଖତ କରିବାକୁ ଏବଂ ଏହାର ସହାୟକ ଦସ୍ତାବିଜ୍କୁ ରାଜ୍ୟସଭାର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଉପସ୍ଥାପନ କରିବାକୁ ଅନୁମତି ଦିଆଯାଉ। କୋର୍ଟ ଜେଲ୍ ଅଧିକାରୀମାନଙ୍କୁ ତାଙ୍କ ଦସ୍ତଖତ ନେବା ପାଇଁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।