Below header

ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ନୂଆ ଗୀତ ‘ଶମ୍ଭୁ’ର ଟିଜର, ଜାଣନ୍ତୁ କେବେ ହେବ ରିଲିଜ୍‌

ବଲିଉଡର ଖିଲାଡି କୁମାର ତାଙ୍କର ଅପ୍‌କମିଂ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହା ସହ ଏହି ଅଭିନେତା ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭି ରୁହନ୍ତି । ସେ ସବୁବେଳେ ତାଙ୍କ ଫ୍ୟାନ୍ସଙ୍କ ସହିତ ତାଙ୍କର ପରର୍ସନାଲ ଲାଇଫ୍‌ ଏବଂ କାମ ବିଷୟରେ ଥିବା କଥା ସେୟାର କରିଥାନ୍ତି । ଏସବୁ ମଧ୍ୟରେ ଅକ୍ଷୟ କୁମାରଙ୍କର ଏକ ନୂଆ ମ୍ୟୁଜିକ୍ ଭିଡିଓ ଆସିବାକୁ ଯାଉଛି ଯାହା ଭଗବାନ ଶିବଙ୍କ ଉପରେ ଆଧାରିତ ହେବାକୁ ଯାଉଛି ।

ବଲିଉଡର ଜଣାଶୁଣା ଅଭିନେତା ଅକ୍ଷୟ କୁମାର ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରାୟତଃ କିଛି ନା କିଛି କଥା ପାଇଁ ଚର୍ଚ୍ଚାରେ ରୁହନ୍ତି । ସେ ଫିଲ୍ମ ବ୍ୟତୀତ ତାଙ୍କ ମ୍ୟୁଜିକ୍ ଭିଡିଓ ପାଇଁ ସବୁବେଳେ ପ୍ରଶଂସା ପାଆନ୍ତି । ତେବେ ବଲିଉଡର ଖିଲାଡି କୁମାର ତାଙ୍କର ଅପ୍‌କମିଂ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହା ସହ ଏହି ଅଭିନେତା ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭି ରୁହନ୍ତି । ସେ ସବୁବେଳେ ତାଙ୍କ ଫ୍ୟାନ୍ସଙ୍କ ସହିତ ତାଙ୍କର ପରର୍ସନାଲ ଲାଇଫ୍‌ ଏବଂ କାମ ବିଷୟରେ ଥିବା କଥା ସେୟାର କରିଥାନ୍ତି । ଏସବୁ ମଧ୍ୟରେ ଅକ୍ଷୟ କୁମାରଙ୍କର ଏକ ନୂଆ ମ୍ୟୁଜିକ୍ ଭିଡିଓ ଆସିବାକୁ ଯାଉଛି ଯାହା ଭଗବାନ ଶିବଙ୍କ ଉପରେ ଆଧାରିତ ହେବାକୁ ଯାଉଛି । ଅଭିନେତା ଅକ୍ଷୟ କୁମାର ତାଙ୍କ ଶିବ ଅବତାରର ପ୍ରଥମ ଲୁକ୍ ‘ଶମ୍ଭୁ’ ଗୀତର ମୋସନ ପୋଷ୍ଟର ସେୟାର କରିଛନ୍ତି ।

ଏଥର ଅକ୍ଷୟ କୁମାର ଏକ ରୋମାଣ୍ଟିକ ଗୀତରେ ନୁହେଁ ବରଂ ଏକ ଭକ୍ତି ଗୀତରେ ଦେଖିବାକୁ ମିଳିବେ । ଏହି ଅଭିନେତା ସୋସିଆଲ ମିଡିଆରେ ତାଙ୍କର ଅପ୍‌କମିଂ ମ୍ୟୁଜିକ୍ ଭିଡିଓ ‘ଶମ୍ଭୁ’ର ଟିଜର ରିଲିଜ୍ କରିଛନ୍ତି । ଅକ୍ଷୟ କୁମାରଙ୍କ ‘ଶମ୍ଭୁ’ ମ୍ୟୁଜିକ୍ ଭିଡିଓଗୁଡିକର ମୋସନ ପୋଷ୍ଟରକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି । ଏହା ବ୍ୟାତୀତ ଲୋକମାନେ ସୋସିଆଲ ମିଡିଆରେ ଅକ୍ଷୟଙ୍କ ଶିବ ଅବତାରକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ଫିଲ୍ମ ‘OMG ୨’ପରେ ଅକ୍ଷୟ କୁମାରଙ୍କୁ ପୁଣି ଥରେ ଭଗବାନ ଶିବ ରୂପେରେ ନଜର ଆସିବେ ।

ତେବେ ଅକ୍ଷୟ କୁମାରଙ୍କ ମହାଦେବ ଲୁକ ଏବଂ ‘ଶମ୍ଭୁ’ର ମୋସନ ପୋଷ୍ଟର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଏହି ଟିଜରରେ ଆପଣମାନେ ଅଭିନେତାଙ୍କ ଦୁଇଟି ରୂପ ଦେଖିପାରିବେ, ଯେପରି ବେଳେବେଳେ ଭୟଙ୍କର ଏବଂ ବେଳେବେଳେ ଖୁସିର ରୂପ । ଅକ୍ଷୟ ତାଙ୍କ ଲୁକ୍ ସହିତ ସମସ୍ତ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । ଲୋକମାନେ ଏହି ମ୍ୟୁଜିକ୍ ଭିଡିଓ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ସୂଚନା ମୁତାବକ, ଏହି ସବୁ କଥାକୁ ନଜରରେ ରଖି, ଅନୁମାନ କରାଯାଉଛି ଯେ ଏହି ଗୀତଟି ଏଥର ଶିବରାତ୍ରୀରେ ହିଟ୍‌ ହେବକୁ ଯାଉଛି । ଏହି ଗୀତ ଫେବୃଆରୀ ୫ରେ ମୁକ୍ତିଲାଭ କରିବ ।

ଅକ୍ଷୟଙ୍କ କାମ ବିଷୟରେ କଥା ହେଲେ ସେ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ବ୍ୟତୀତ ସେ ଆହୁରି ଅନେକ ଫିଲ୍ମରେ ନଜର ଆସିବା ପାଇଁ ଯାଉଛିନ୍ତି ଯେପରି, ‘ସ୍କାଏ ଫୋର୍ସ’, ‘ସିଙ୍ଗମ୍‌ ଏଗେନ୍‌’ ‘ୱେଲକମ୍‌ ଟୁ ଦ ଜଙ୍ଗଲ’, ‘ହେରା ଫେରି ୩’ ମଧ୍ୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.