୮ ବର୍ଷ ପରେ ବିବାହ ବାର୍ଷିକୀରେ ପତ୍ନୀଙ୍କ ମୁହଁ ଦେଖାଇଲେ ଇରଫାନ ପଠାନ, ସୁନ୍ଦରତାରେ ଅଭିନେତ୍ରୀଙ୍କୁ ଦେବେ ମାତ୍
ବିବାହର ୮ ବର୍ଷ ପରେ ପ୍ରଥମ ଥର ପାଇଁ ନିଜ ପତ୍ନୀଙ୍କ ମୁହଁ ଫ୍ୟାନ୍ସଙ୍କୁ ଦେଖାଇଛନ୍ତି ଇରଫାନ ପଠାନ । ୨୦୧୬ରେ ବିବାହ କରିଥିବା ଇରଫାନ ଏବେ ତାଙ୍କ ପତ୍ନୀଙ୍କ ଫଟୋ ସେୟାର କରିଛନ୍ତି । ଫଟୋରେ ଇରଫାନଙ୍କ ପତ୍ନୀ ହିଜାବରେ ନଜର ଆସିଛନ୍ତି ।

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ନିଜର ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଗତ କିଛିଦିନ ତଳେ ଘରୋଇ କ୍ରିକେଟରେ କମାଲ ରନ୍ କରିଥିବା ବ୍ୟାଟର ସରଫରାଜ ଖାନଙ୍କୁ ଟିମରେ ସ୍ଥାନ ନ ମିଳିବା ନେଇ ନିଜର ପ୍ରତିକ୍ରିୟା ଦେଇଥିଲେ । ଏବେ ଇରଫାନ କ୍ରିକେଟ ପାଇଁ ନୁହେଁ ବରଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବିବାହର ୮ ବର୍ଷ ପରେ ପ୍ରଥମ ଥର ପାଇଁ ନିଜ ପତ୍ନୀଙ୍କ ମୁହଁ ଫ୍ୟାନ୍ସଙ୍କୁ ଦେଖାଇଛନ୍ତି ।
ଭାରତୀୟ ଟିମର ଷ୍ଟାର ଅଲରାଉଣ୍ଡର ଇରଫାନ ପଠାନଙ୍କ ଟ୍ଵିଟ୍ ଫଟୋକୁ ନେଇ ଏବେ ଚର୍ଚ୍ଚା । ୨୦୧୬ରେ ବିବାହ କରିଥିବା ଇରଫାନ ଏବେ ତାଙ୍କ ପତ୍ନୀ ସଫାଙ୍କ ଫଟୋ ସେୟାର କରିଛନ୍ତି । ବିବାହର ୮ ବର୍ଷ ପରେ ଫ୍ୟାନ୍ସଙ୍କୁ ପତ୍ନୀଙ୍କ ମୁହଁ ଦେଖାଇଛନ୍ତି ।
Infinite roles mastered by one soul – mood booster, comedian, troublemaker, and the constant companion, friend, and mother of my children. In this beautiful journey, I cherish you as my wife. Happy 8th my love ❤️ pic.twitter.com/qAUW8ndFAJ
— Irfan Pathan (@IrfanPathan) February 3, 2024
ଇରଫାନ ୮ମ ବିବାହ ବାର୍ଷିକୀରେ ପତ୍ନୀଙ୍କ ଫଟୋ ସେୟାର କରିଛନ୍ତି । ଏହି ଫଟୋ ପୋଷ୍ଟ କରିବା ପରେ ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି । ଫଟୋରେ ଇରଫାନଙ୍କ ପତ୍ନୀ ହିଜାବରେ ନଜର ଆସିଛନ୍ତି । ଆଉ କ୍ୟାପସନରେ ପତ୍ନୀଙ୍କ ପ୍ରଶଂସା କରିଛନ୍ତି ।
ପୂର୍ବରୁ ଇରଫାନ ପତ୍ନୀଙ୍କ ସହିତ ଅନେକ ଫଟୋ ସେୟାର କରିଛନ୍ତି । କିନ୍ତୁ ସବୁଥିରେ ପତ୍ନୀ ସଫାଙ୍କ ମୁହଁ ହିଜାବ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ସଂପୂର୍ଣ୍ଣ ଭାବେ ଦେଖାଯାଇନଥିଲା । ତେବେ ଏଥିପାଇଁ ସବୁବେଳେ ଇରଫାନ ଟ୍ରୋଲ ହେଉଥିଲେ । ପ୍ରତ୍ୟେକ ସ୍ଥାନକୁ ନିଜ ପତ୍ନୀଙ୍କୁ ହିଜାବରେ ନେଉଥିଲେ ବୋଲି ଫ୍ୟାନ୍ସ ବିଭିନ୍ନ ପ୍ରକାରର କମେଣ୍ଟ କରୁଥିଲେ ।
ସୂଚନାଯୋଗ୍ୟ, ଅର୍ନ୍ତଜାତୀୟ ଖେଳରୁ ସନ୍ନ୍ୟାସ ନେଇସାରିଛନ୍ତି ଇରଫାନ । କିନ୍ତୁ ତାଙ୍କ ଫ୍ୟାନ ଫଲୋୟର୍ସ ଏପର୍ଯ୍ୟନ୍ତ ରହିଛନ୍ତି ।