ବାରମ୍ବାର ଲାପଟପ୍‌ ଗରମ ହେଉଥିଲେ ସାବଧାନ, ଅଣଦେଖା କଲେ ଘଟିବ ଭୟଙ୍କର କ୍ଷତି

ଲାପଟପ୍ ଗରମ ହେବା ପଛରେ ଅନେକ କାରଣ ଅଛି, ଯାହା ବିଷୟରେ ଆମେ ଆପଣଙ୍କୁ ଜଣାଇବୁ । ଯଦି ଆପଣ ଏହି ଜିନିଷକୁ ଅଣଦେଖା କରୁଛନ୍ତି, ତେବେ ଆପଣ ଏକ ବଡ଼ ବିପଦକୁ ଡାକି ଆଣି ପାରନ୍ତି । ଆପଣ ଲାପଟପ୍ ବ୍ୟବହାର କରିବା ସମୟରେ ଏହି ସବୁ ଜିନିଷକୁ ଧ୍ୟାନ ରଖନ୍ତୁ ।

ଅଫିସ୍ ହେଉ କିମ୍ବା ପିଲାମାନଙ୍କ ସ୍କୁଲ୍ ହୋମୱାର୍କ ହେଉ ସମସ୍ତ କାର୍ଯ୍ୟ ପାଇଁ ଲାପଟପ୍ ଆବଶ୍ୟକ । ତେଣୁ ଲପାଟପ୍‌ ର ବ୍ୟବହାର ବଢ଼ିଯାଇଛି । ଲାପଟପ୍ ବ୍ୟବହାର କରିବା ସମୟରେ ଅନେକ ଥର ଏପରି ସମସ୍ୟା ଉପୁଜେ ଯାହା ବିଷୟରେ ଆମେ ଜାଣିନାହୁଁ । ଏହି ସମସ୍ୟା ମଧ୍ୟରୁ ଗୋଟିଏ ସମସ୍ୟା ହେଉଛି ଲାପଟପ୍ ଗରମ ହେବା । ଅନେକ ଥର ଆମେ ଭାବୁ ଯେ ଦୀର୍ଘ ସମୟ ଧରି ଚାଲିବା ହେତୁ ଲାପଟପ୍ ଗରମ ହୋଇଯାଏ, କିନ୍ତୁ ଏହା ପ୍ରକୃତ କାରଣ ନୁହେଁ ।

ତେବେ ଲାପଟପ୍ ଗରମ ହେବା ପଛରେ ଅନେକ କାରଣ ଅଛି, ଯାହା ବିଷୟରେ ଆମେ ଆପଣଙ୍କୁ ଜଣାଇବୁ । ଯଦି ଆପଣ ଏହି ଜିନିଷକୁ ଅଣଦେଖା କରୁଛନ୍ତି, ତେବେ ଆପଣ ଏକ ବଡ଼ ବିପଦକୁ ଡାକି ଆଣି ପାରନ୍ତି । ଆପଣ ଲାପଟପ୍ ବ୍ୟବହାର କରିବା ସମୟରେ ଏହି ସବୁ ଜିନିଷକୁ ଧ୍ୟାନ ରଖନ୍ତୁ ।

ଧୂଳି ଏବଂ ମଇଳା: ଲାପଟପ୍ ଭିତରେ ଜମା ହୋଇଥିବା ଧୂଳି ଏବଂ ମଇଳା ପବନ ଚଳାଚଳରେ ବାଧା ସୃଷ୍ଟି କରିପାରେ, ଯାହାଦ୍ୱାରା ଲାପଟପ୍ ଅଧିକ ଗରମ ହୋଇଯାଏ ।

ଖରାପ ଫ୍ୟାନ୍‌ : ଯଦି ଲାପଟପ୍ ର ଫ୍ୟାନ୍ ଖରାପ ହୋଇଯାଏ, ତେବେ ଏହା ଲାପଟପ୍ କୁ ଥଣ୍ଡା କରିପାରିବ ନାହିଁ, ଯେଉଁ କାରଣରୁ ଲାପଟପ୍ ଅଧିକ ଗରମ ହେବ ।

ଅତ୍ୟଧିକ ବ୍ୟବହାର: ଦୀର୍ଘ ସମୟ ଧରି ଗୋଟିଏ ଲାପଟପ୍ ବ୍ୟବହାର କରିବା ଦ୍ୱାରା ଏହା ଅଧିକ ଗରମ ହୋଇପାରେ ।

ଲାପଟପ୍ କୁ ଭୁଲ ସ୍ଥାନରେ ରଖିବା: ଲାପଟପ୍ କୁ ଗରମ ସ୍ଥାନରେ ରଖିବା ଦ୍ୱାରା ଏହା ଗରମ ହୋଇପାରେ ।

ଯଦି ଆପଣଙ୍କର ଲାପଟପ୍ ବାରମ୍ବାର ଗରମ ହେଉଛି ତେବେ ଏହାର ସ୍ପିଡ୍‌ କମ୍‌ ହୋଇପାରେ । ଅତ୍ୟଧିକ ଗରମ ହେତୁ ଲାପଟପ୍ ହଠାତ୍ ବନ୍ଦ ହେବାର ବି ସମ୍ଭାବନା ରହିଛି ଏବଂ ଏହା ହାର୍ଡୱେର୍ ଏବଂ ସଫ୍ଟୱେୟାରର କ୍ଷତି ଘଟାଇପାରେ ।

ଯଦି ଆପଣ ଲାପଟପ୍ କୁ ଅଧିକ ଗରମରୁ ରକ୍ଷା କରିବାକୁ ଚାହୁଁଛନ୍ତି, ତେବେ ଏହା ତଳେ ଏକ କୁଲିଂ ପ୍ୟାଡ୍ ବ୍ୟବହାର କରନ୍ତୁ । ଆପଣଙ୍କ ଲାପଟପ୍ ର ବାହାରେ ଏବଂ ସ୍କ୍ରିନରେ ଧୂଳି ଜମା ହେବାକୁ ଦିଅନ୍ତୁ ନାହିଁ । ଏହା ସହିତ ଆପଣ ଯେଉଁ ସଫ୍ଟୱେର୍ ବ୍ୟବହାର କରୁ ନାହାନ୍ତି ତାକୁ ବନ୍ଦ କରନ୍ତୁ । ଯଦି ଆପଣ ଏହି ଷ୍ଟେପ୍‌ କୁ ମାନନ୍ତି ତେବେ ଆପଣଙ୍କର ଲାପଟପ୍ ଶୀଘ୍ର ଗରମ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.