Below header

୧୫ ବର୍ଷ ପରେ ଫେରିବ ମେଣ୍ଟ ! ବରିଷ୍ଠ ନେତାଙ୍କ ସହ ଆଲୋଚନା କଲେ ସୁପ୍ରିମୋ ନବୀନ

ବିଜେଡି-ବିଜେପି ମେଣ୍ଟ ସମ୍ଭାବନା ବଢ଼ିଲା । ୧୫ ବର୍ଷ ପରେ ପୁଣି ଦୁଇ ଦଳ ଏକାଠି ନିର୍ବାଚନ ଲଢ଼ିବା ନେଇ ଫୁଲଦମରେ କସରତ । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି ।

ଭୁବନେଶ୍ୱର(କେନ୍ୟୁଜ୍‌) : ବିଜେଡି-ବିଜେପି ମେଣ୍ଟ ସମ୍ଭାବନା ବଢ଼ିଲା । ୧୫ ବର୍ଷ ପରେ ପୁଣି ଦୁଇ ଦଳ ଏକାଠି ନିର୍ବାଚନ ଲଢ଼ିବା ନେଇ ଫୁଲଦମରେ କସରତ । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି । ବୈଠକକୁ ୨୦ରୁ ଅଧିକ ବରିଷ୍ଠ ନେତା ଆସିଥିଲେ । ବୈଠକ ପରେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ପ୍ରତିକ୍ରିୟାରେ କହିଛନ୍ତି, ନିର୍ବାଚନ ରଣନୀତି ନେଇ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ। ରାଜ୍ୟ ସ୍ବାର୍ଥ ଦୃଷ୍ଟିକୁ ଆଖିରେ ରଖି ନିଆଯିବ ନିଷ୍ପତ୍ତି।

ବୈଠକରେ ମନ୍ତ୍ରୀ ବିକ୍ରମ ଆରୁଖ, ଉଷା ଦେବୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରୀତିରଞ୍ଜନ ଘଡ଼ାଇ, ଅତନୁ ସବ୍ୟସାଚୀ ଓ ଦେବୀ ମିଶ୍ର ଉପସ୍ଥିତ ଥିଲେ। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ ଅମାତ, ଜଗନ୍ନାଥ ସାରକା, ପ୍ରତାପ ଦେବ, ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ମନ୍ତ୍ରୀ ଟୁକୁନି ସାହୁ, ଅଶୋକ ପଣ୍ଡା ଓ ବିଧାୟକ ଯୋଗ ଦେଇଥିଲେ। 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ଅରୁଣ ସାହୁ, ପ୍ରଣବ ବଳବନ୍ତରାୟ ମଧ୍ୟ ବୈଠକରେ ସାମିଲ ଥିଲେ। ମେଣ୍ଟ ନେଇ ବୈଠକରେ ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି । ଏପଟେ ଦିଲ୍ଲୀରେ ବିଜେପିର କୋର କମିଟି ବୈଠକ ବସିଛି ।ଏଥିରେ ଓଡ଼ିଶା ପ୍ରସଙ୍ଗରେ ଆଲୋଚନା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.