ସ୍ୱାମୀ ରୋଗ ଶଯ୍ୟାରେ ଘରେ ଦିବ୍ୟାଙ୍ଗ ପୁଅ, ଚିକିତ୍ସା ପାଇଁ ଭିକ୍ଷା ମାଗୁଛନ୍ତି ସ୍ତ୍ରୀ

ଗୋଟିଏ ମହିଳାର ଛାତି ଫଟା କରୁଣ କାହାଣୀ l ପାଟି ନଖୋଲି ହାତ ପତାଇ ଦେଉଛନ୍ତି । ଯିଏ ଯାହା ଦେଲେ । କାହାକୁ କିଛି କହୁ ନାହାନ୍ତି । ହେଲେ ମହିଳା ଜଣଙ୍କୁ ଦେଖିଲେ ଲାଗୁ ଥିଲା ଯେମିତି ସେ ଭିକ ମାଗିବାକୁ ଚାହୁଁ ନାହାନ୍ତି କିନ୍ତୁ ବାଧ୍ୟ ହେଉଛନ୍ତି । ମହିଳା ଜଣଙ୍କର ବେଶ ପୋଷାକ ଅନ୍ୟ କିଛି ବଖାଣୁ ଥିଲା l ଏମିତି ଜଣେ ଦିବ୍ୟାଙ୍ଗ ବାଳକକୁ ଧରି ସେ ଭିକ ମାଗିବା ଘଟଣା ସମସ୍ତଙ୍କୁ ଚକିତ କରୁଥିଲା । ଆପଣଙ୍କ ଆଖି ଯଦି ଆଜି ଏ ଦୃଶ୍ୟ ଦେଖିବ ଅନ୍ତର କାନ୍ଦି ଉଠିବ l ଗୋଟିଏ ମହିଳାର ଛାତି ଫଟା କରୁଣ କାହାଣୀ l ପାଟି ନଖୋଲି ହାତ ପତାଇ ଦେଉଛନ୍ତି । ଯିଏ ଯାହା ଦେଲେ । କାହାକୁ କିଛି କହୁ ନାହାନ୍ତି । ହେଲେ ମହିଳା ଜଣଙ୍କୁ ଦେଖିଲେ ଲାଗୁ ଥିଲା ଯେମିତି ସେ ଭିକ ମାଗିବାକୁ ଚାହୁଁ ନାହାନ୍ତି କିନ୍ତୁ ବାଧ୍ୟ ହେଉଛନ୍ତି । ମହିଳା ଜଣଙ୍କର ବେଶ ପୋଷାକ ଅନ୍ୟ କିଛି ବଖାଣୁ ଥିଲା l ଏମିତି ଜଣେ ଦିବ୍ୟାଙ୍ଗ ବାଳକକୁ ଧରି ସେ ଭିକ ମାଗିବା ଘଟଣା ସମସ୍ତଙ୍କୁ ଚକିତ କରୁଥିଲା । ଆପଣଙ୍କ ଆଖି ଯଦି ଆଜି ଏ ଦୃଶ୍ୟ ଦେଖିବ ଅନ୍ତର କାନ୍ଦି ଉଠିବ l

ଭୁବନେଶ୍ୱର : ଗୋଟିଏ ମହିଳାର ଛାତି ଫଟା କରୁଣ କାହାଣୀ l ପାଟି ନଖୋଲି ହାତ ପତାଇ ଦେଉଛନ୍ତି । ଯିଏ ଯାହା ଦେଲେ । କାହାକୁ କିଛି କହୁ ନାହାନ୍ତି । ହେଲେ ମହିଳା ଜଣଙ୍କୁ ଦେଖିଲେ ଲାଗୁ ଥିଲା ଯେମିତି ସେ ଭିକ ମାଗିବାକୁ ଚାହୁଁ ନାହାନ୍ତି କିନ୍ତୁ ବାଧ୍ୟ ହେଉଛନ୍ତି । ମହିଳା ଜଣଙ୍କର ବେଶ ପୋଷାକ ଅନ୍ୟ କିଛି ବଖାଣୁ ଥିଲା l ଏମିତି ଜଣେ ଦିବ୍ୟାଙ୍ଗ ବାଳକକୁ ଧରି ସେ ଭିକ ମାଗିବା ଘଟଣା ସମସ୍ତଙ୍କୁ ଚକିତ କରୁଥିଲା । ଆପଣଙ୍କ ଆଖି ଯଦି ଆଜି ଏ ଦୃଶ୍ୟ ଦେଖିବ ଅନ୍ତର କାନ୍ଦି ଉଠିବ l ତର ତର ପାହୁଣ୍ଡ ପକାଇ କିଛି ଘର ଯାଇ କେତୋଟି ଟଙ୍କା ଲୋକଙ୍କ ଠାରୁ ପାଇଲା ପରେ ଘର ଭିତରକୁ ଗଲେ l ଘରେ ପୁଅକୁ ବସାଇ ଭିତର ଘରକୁ ଯାଇ କଂସାରେ ପଖାଳ ବାଢ଼ି ଦେଲେ । ପାଖରେ ଟମାଟୋ କଞ୍ଚା ଲଙ୍କା ଲୁଣ ଲଗାଇ କେଇ ମୁଠା ପଖାଳ ଚିପୁଡ଼ି ପୁଅକୁ ଖୁଆଇ ଦେଲେ l ଘର ଭିତରେ କିଏ ଦେଇଥିବା ଅଟା କିଛି, ଟମାଟୋ, ପିଆଜ ଜଳ ଜଳ ହୋଇ ଚାହିଁ ଥାନ୍ତି l

ଜଣେ ଦୁଃଖୀ ଯଦି ଅଚିହ୍ନା ହେଉ ପଛେ କାହାକୁ ନିଜର ଭାବିନିଏ ତେବେ ବଖାଣୀ ଦିଏ ଜୀବନର ସବୁ କଥାକୁ । ସେମିତି କହିଗଲେ ମହିଳା ଜଣକ । ବାବୁ ମୋ ଦୁଃଖ କଣ କହିବି ମନ୍ଦିରରୁ ମୁଖ ଶାଳା ବଳି ଯାଇଛି l ମହିଳାଙ୍କ ନାଁ ଶାନ୍ତିଲତା ବରାଳ l ଘର ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରେ l ଦୀର୍ଘ ବର୍ଷ ହେଲା ଭୁବନେଶ୍ୱର କାରିଗିଲ୍ ବସ୍ତିରେ ରୁହନ୍ତି l ସ୍ୱାମୀ କାଳୁ ବରାଳ ଅଟୋ ଚଳାଇ ନିଜର ପରିବାର ପ୍ରତିପୋଷଣ କରୁଥିବା ବେଳେ ସ୍ତ୍ରୀ ଶାନ୍ତିଲତା ପର ଘରେ ବାସନ ମାଜନ୍ତି l ଉଭୟଙ୍କ ରୋଜଗାର ଟଙ୍କାରୁ ଘର ଚଳାଇ ଯାହା ବଳକା ରଖନ୍ତି ସେଥିରେ ପୁଅଟିକୁ ପାଠ ପଠାନ୍ତି l ହେଲେ କିଛି ଦିନ ତଳେ ବଦଳିଗଲା ସେମାନଙ୍କ ଭାଗ୍ୟ । ମାଡ଼ି ଆସିଲା ଦୁର୍ଭାଗ୍ୟ । ସ୍ୱାମୀ କାଳୁଙ୍କର ଅଚାନକ ବ୍ରେନଷ୍ଟ୍ରୋକ ହେଲା l ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ ନେଲେ l ସେଠାରେ ଚିକିତ୍ସା ପରେ ସେ ହସ୍ପିଟାଲ ଡାକ୍ତର ପଠାଇ ଦେଲେ ଅନ୍ୟ ହସ୍ପିଟାଲକୁ । ବତ୍ତମାନ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି କାଳୁ ବରାଳ l ତା ଭିତରେ ସାନ ଭାଇ କାଳୁଙ୍କ ଚିନ୍ତାରେ ବଡ଼ଭାଇ ଚାଲି ଗଲେ ଆରପାରିକୁ l ବର୍ତ୍ତମାନ ଆଉ କିଛି ସମ୍ବଳ ନାହିଁ କାଳୁଙ୍କ ଚିକିସା କରିବାକୁ l ଘରେ ଯାହା ସୁନା ଗହଣା ଥିଲା ସ୍ତ୍ରୀ ଶାନ୍ତି ତାକୁ ବିକ୍ରିବଟା କରି ଲଢ଼ି ଚାଲିଛନ୍ତି ।

ସବିତ୍ରୀ ଭଳି ସ୍ୱାମୀଙ୍କୁ ମରଣ ମୁହଁରୁ ବଞ୍ଚାଇବା ପାଇଁ ଦାରିଦ୍ର୍ୟ ସହ ସଂଘର୍ଷ କରୁଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସରିଲାଣି l ସୁସ୍ଥ ହେବା ପାଇଁ ଆହୁରି ଅନେକ ଟଙ୍କା ଦରକାର । ଦିନ ରାତି ଏକ କରି ପର ଘରେ ବାସନ ଧୋଇ ସ୍ୱାମୀ ପାଇଁ ଟଙ୍କା ଯୋଗାଡ଼ କରୁଛନ୍ତି l ଏଣେ ଅନେକ ଦିଅଁ ଦେବତାଙ୍କୁ ଡାକୁଛନ୍ତି ସ୍ୱାମୀଙ୍କୁ ଭଲ କରି ଦେବାକୁ । ସ୍ୱାମୀ ରୋଗ ଶଯ୍ୟାରେ ଏଣେ ଘରେ ଦିବ୍ୟାଙ୍ଗ ପୁଅ । ସାହାରା ଯିଏ ଥିଲେ ଆରପାରିକୁ ଚାଲିଗଲେଣି । କଣ ଆଉ କରି ପାରିବେ ଶାନ୍ତି । ତେଣୁ ଲୋକଙ୍କ ଆଗରେ ହାତ ପତେଇଛନ୍ତି କିଛି ସାହାଯ୍ୟ ପାଇଁ । ଇଏ କିଛି ଟଙ୍କା ପାଇଁ ନୁହେଁ ଭିକ୍ଷା ମାଗୁଛନ୍ତି ନିଜ ସ୍ୱାମୀର ଜୀବନ । ଯେଉଁଥିଲାଗି ଦରକାର ଅନେକ ଟଙ୍କା । ଯାହାକୁ ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ତେଣୁ ସେ ସମସ୍ତଙ୍କୁ ବିନତି କରିଛନ୍ତି ସହାୟତା ପାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.