ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ। ମୃତ ଯୁବକ ହେଲେ ନୀଳଗିରି ବ୍ଲକ ,ଜଡ଼ିଦା ପଞ୍ଚାୟତ ଯୋକନଣ୍ଡା ଗାଁର ପରେଶ ପ୍ରଧାନ।
ନୀଳଗିରି: ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ। ମୃତ ଯୁବକ ହେଲେ ନୀଳଗିରି ବ୍ଲକ ,ଜଡ଼ିଦା ପଞ୍ଚାୟତ ଯୋକନଣ୍ଡା ଗାଁର ପରେଶ ପ୍ରଧାନ। ପରେଶ ତାଙ୍କ ସାଇକେଲରେ ନୀଳଗିରି ଆସୁଥିବା ସମୟରେ ଜଗନ୍ନାଥପୁର ଗାଁ ନିକଟରେ ଏକ ଅଜଣା ବାଇକ୍ ପଛ ପଟୁ ଧକ୍କା ଦେଇ ଚମ୍ପଟ ମାରିଥିଲା। ପରେ ସ୍ଥାନୀୟ ଲୋକେମାନେ ପରେଶଙ୍କୁ ଉଦ୍ଧାର କରି ୧୦୮ ଯୋଗେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିବା ପରେ, ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ବାଇକ୍ ଆରୋହୀଙ୍କ କୌଣସି ପତ୍ତା ମିଳିପାରିନାହିଁ।