ଦିଲ୍ଲୀ ମଦ ଦୁର୍ନୀତି: ବିଆର୍‌ଏସ୍‌ ନେତା କେ. କବିତାଙ୍କ ଘରେ ପଶିଲା ଇଡି, ଚାଲିଛି ବ୍ୟାପକ ଖୋଜାଖୋଜି

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ବିଆର୍‌ଏସ୍‌ ନେତା କେ. କବିତାଙ୍କ ଘରେ ଇଡି ଚଢ଼ାଉ କରିଛି । ଏହି ଚଢ଼ାଉ ତାଙ୍କ ହାଇଦ୍ରାବାଦସ୍ଥିତ ଘରେ ଚାଲିଛି ।

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ବିଆର୍‌ଏସ୍‌ (ଭାରତ ରାଷ୍ଟ୍ର ସମିତି) ନେତା କେ. କବିତାଙ୍କ ଘରେ ଇଡି ଚଢ଼ାଉ କରିଛି । ଏହି ଚଢ଼ାଉ ତାଙ୍କ ହାଇଦ୍ରାବାଦସ୍ଥିତ ଘରେ ଚାଲିଛି । ମିଳିଥିବା ସୂଚନା ମୁତାବକ, ଇଡି ଆଜି ବିଆର୍‌ଏସ୍‌ ନେତା କବିତାଙ୍କ ଘରେ ପହଞ୍ଚିଥିଲା । ଏଜେନ୍ସି ଅଧିକାରୀମାନେ ନେତାଙ୍କ ଘରେ ବ୍ୟାପକ ଖୋଜାଖୋଜି କରୁଛନ୍ତି । ସେଠାରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଲୋକସଭା ନିର୍ବାଚନ ପୂର୍ବରୁ ଏହି ଚଢ଼ାଉ ବିଆରଏସର ଚିନ୍ତା ବଢ଼ାଇ ଦେଇଛି । କହି ରଖୁଛୁ, କେ. କବିତାଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅଭିଯୁକ୍ତ କରାଯାଇଛି ।

ଏହା ପୂର୍ବରୁ ଏହି ମାମଲାରେ ଇଡି ଦ୍ୱାରା ପଞ୍ଜୀକୃତ ମନି ଲଣ୍ଡରିଂ କେସ୍‌ରେ କବିତାଙ୍କୁ ଦିଆଯାଇଥିବା ସୁରକ୍ଷାକୁ ସୁପ୍ରିମକୋର୍ଟ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଇଡି ଫେବୃୟାରୀ ୨୧ରେ ନେତାଙ୍କୁ ସମନ ଜାରି କରି ୨୬ରେ ପଚରାଉଚରା ପାଇଁ ଉପସ୍ଥିତ ହେବାକୁ କହିଥିଲେ । କିନ୍ତୁ କବିତା କେନ୍ଦ୍ରୀୟ ତଦନ୍ତ ଏଜେନ୍ସିରେ ହାଜର ହୋଇ ନ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.