ଭାଜପାର ସାଂସଦ ବରୁଣ ଗାନ୍ଧୀ ଭାରତ ସଂଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ)ର ପାଖାପାଖି ୩୮ହଜାର ଟଙ୍କାର ବିଲ ପଇଠ କରିନାହାନ୍ତି। ଅନେକ ଥର କହିବା ପରେ ମଧ୍ୟ ବରୁଣ ଗାନ୍ଧୀ ବିଲ ଦେଲେ ନାହିଁ, ଏଣୁ ଶେଷରେ ନିରୁପାୟ ହୋଇ ବିଏସଏନଏଲ କମ୍ପାନୀ ପିଲିଭିତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ଲେଖିଛନ୍ତି। ଆପଣଙ୍କୁ କହିବାକୁ ଚାହିଁବୁ ବରୁଣ ଗାନ୍ଧୀ ଆଗାମୀ ଲୋକସଭା ନିର୍ବାଚନରେ ପିଲିଭିତ ସିଟରୁ ଲଢ଼ୁଛନ୍ତି।
ମିଡିଆ ରିପୋର୍ଟ ମୁତାବକ, ବିଏସଏନଏଲର ଆକାଉଣ୍ଟେଣ୍ଟ ଅଧିକାରୀ ପତ୍ରରେ ଲେଖିଛନ୍ତି, ପିଲିଭିତ ଲୋକସଭା ସିଟରୁ ୨୦୦୯-୨୦୧୪ ମସିହା ନିର୍ବାଚନ ସମୟରେ ବରୁଣ ଗାନ୍ଧୀଙ୍କ ପାଇଁ ୦୫୮୮୨ଟ୍ଟ ଟୋଲଫ୍ରି ନମ୍ବର ସେବା ଯୋଗାଇ ଦିଆଯାଇଥିଲା। କିନ୍ତୁ ଏବେ ଏହି ନମ୍ବରରେ ୩୮,୬୧୬ ଟଙ୍କା ବିଲ ରହିଥିବା ବେଳେ ତାହାକୁ କିଏ ଦେଇନାହାନ୍ତି। ଏପରିକି ଅନେକ ଥର ବିଲ ଦେବା ପାଇଁ କୁହାଯିବପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।
ଟେଲିକମ୍ ଏଜେନ୍ସି ଏହା ମଧ୍ୟ ଯୁକ୍ତି କରିଛନ୍ତି, ବରୁଣ ଗାନ୍ଧୀ ପିଲିଭିତ ପାଇଁ ନାମାଙ୍କନ ଦାଖଲ ସମୟରେ ବିଏସଏନଏଲରୁ ‘ନୋ ଡ୍ୟୁ’ ସାର୍ଟିଫିକେଟ ମଧ୍ୟ ଆଣିନଥିଲେ। ସୂଚନାଯୋଗ୍ୟ ବରୁଣ ଗାନ୍ଧୀ ୨୦୦୯ ରୁ ୨୦୧୪ ମସିହା ପର୍ୟ୍ୟନ୍ତ ପିଲିଭିତ ସିଟରେ ସଂସାଦ ରହିଥିଲେ। ଏହାପରେ ୨୦୧୪ ମସିହାରେ ବରୁଣଙ୍କ ମା ମେନକା ଗାନ୍ଧୀ ପିଲିଭିତ ସିଟରୁ ଲଢ଼ିଥିବା ବେଳେ ବରୁଣ ସୁଲତାନାପୁରରୁ ଠିଆ ହୋଇଥିଲେ। ଏବେ ପୁଣିଥିରେ ବରୁର ପିଲିଭିତ ସିଟରୁ ଲଢ଼ିବାକୁ ଯାଉଛନ୍ତି।