Below header

ଇସ୍ତଫା ଦେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, ଟିକେଟ ବଣ୍ଟନକୁ ନେଇ ଥିଲେ ଅସନ୍ତୁଷ୍ଟ

ଭୁବନେଶ୍ବର : ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ଇସ୍ତଫା । ପିସିସି ସଭାପତିଙ୍କ କାର୍ଯ୍ୟକଳାପରେ କ୍ଷୁବ୍ଧ ହୋଇ ସେ ଇସ୍ତଫା ଦେଇଛନ୍ତି । ଟିକେଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ନେଇ ପଦ ଛାଡିଛନ୍ତି ସୁମିତ୍ରା । ନିର୍ବାଚନରେ ଅଧିକ ମହିଳାଙ୍କୁ ଟିକେଟ ଦେବା ପାଇଁ ସେ ସୁପାରିଶ କରିବା ସହ ନିଜେ ଟିକେଟ ପାଇଁ ଆବେଦନ କରିଥିଲେ । କିନ୍ତୁ ଦଳ ତାଙ୍କୁ ଟିକେଟ ଦେଲା ନାହିଁ । ପିସିସି ସଭାପତି କେଉଁ ମାପରେ ମହିଳାଙ୍କ ଯୋଗ୍ୟତା ମାପୁଥିଲେ ବୋଲି ସୁମିତ୍ରା ପ୍ରଶ୍ନ କରିଛନ୍ତି । ସେହିପରି ମହିଳା କଂଗ୍ରେସ ନେତ୍ରୀ ସୁଜାତା ଜେନା ମଧ୍ୟ୍ୟ ଇସ୍ତଫା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.