ଝାରସୁଗୁଡ଼ା(କେନ୍ୟୁଜ୍) : ଝାରସୁଗୁଡ଼ା ବିମାନ ବନ୍ଦରରୁ ସ୍ପାଇସଜେଟର ଗୋଟିଏ ମାସ ସଫଳ ଉଡ଼ାଣ ଭରିଛି। ଏନେଇ ସ୍ପାଇସଜେଟ ଓ ଝାରସୁଗୁଡ଼ା ବିମାନବନ୍ଦର ପ୍ରାଧୀକରଣ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏକମାସ ମଧ୍ୟରେ ଝାରସୁଗୁଡ଼ା ବିମାନବନ୍ଦରରୁ ୯ହଜାର ୮୫୦ ଜଣ ଯାତ୍ରୀ ଯାତ୍ରା କରିଛନ୍ତି। ସେମାନଙ୍କ ମଧ୍ୟରେ ୫ହଜାର ୧୬୦ ଜଣ ଝାରସୁଗୁଡ଼ା ଆସିଥିବା ବେଳେ ୪ହଜାର ୬୯୨ଜଣ ଝାରସୁଗୁଡ଼ାରୁ ଗସ୍ତ କରିଛନ୍ତି। ଦିଲ୍ଲୀକୁ ସର୍ବାଧିକ ଯାତ୍ରୀ ଯାଇଥିବା ବେଳେ ଦ୍ୱିତୀୟରେ ହାଇଦ୍ରାବାଦ ରହିଛି। ଖୁବଶୀଘ୍ର ମୁମ୍ବାଇ ଓ ବାଙ୍ଗାଲୁରୁ ଭଳି ସହରକୁ ବିମାନ ସଂଯୋଗ ହେବ ବୋଲି କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ।